ବାରିପଦା: ଟ୍ରକ୍‌ ଚାପାରେ ବୃଦ୍ଧ ମୃତ

ବାରିପଦା: ସୋମାବର ବଡ଼ି ସକାଳେ ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟା ଗାଁ ପାଖରେ ଟ୍ରକ୍‌ ଚାପାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି।
ମୃତ ବୃଦ୍ଧଙ୍କ ନାମ ସୁରେନ୍ଦ୍ର କାଲିଆ। ୭୦ ବର୍ଷିୟ ସୁରେନ୍ଦ୍ର ଆଜି ସକାଳ ପ୍ରାୟ ୫ଟା ବେଳେ ଗାଁ ପାଖରେ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିବା ବେଳେ ବମ୍ବେ ଛକରୁ ବାରିପଦା ଆଡ଼କୁ ଯାଉଥିବା ଏକ ଟ୍ରକ୍‌ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ପରେ ଟ୍ରକ୍‌ ଡ୍ରାଇଭର୍‌ ଓ ହେଲ୍‌ପର ଟ୍ରକ୍‌ ଛାଡ଼ି ଫେରାର ହୋଇଯାଇଛନ୍ତି।

ଘଟଣାସ୍ଥଳରେ ବାଙ୍ଗିରିପୋଷି ପୁଲିସ ପହଞ୍ଚି ଦୁର୍ଘଟନା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିବା ସହ ସୁରେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପାଇଁ ବାଙ୍ଗିରିପୋଷି ଡାକ୍ତରଖାନାକୁ ପଠାଇଛି।

ଘଟଣା ପୁଲିସ ତଦନ୍ତାଧୀନ ରହିଛି।

ସମ୍ବନ୍ଧିତ ଖବର