ନବରଙ୍ଗପୁର ଜିଲ୍ଲାରେ ୪୨୯ମିମି ବର୍ଷା

ନବରଙ୍ଗପୁର: ବାତ୍ୟା ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ମୋଟ ୪୨୯.୯ ମିମି ବର୍ଷା ହୋଇଛି। ଗତକାଲି ସକାଳ ଠାରୁ ନବରଙ୍ଗପୁର ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିଲା। ଆଜି ଅପରାହ୍ନ ୩ଟା ପର୍ଯ୍ୟନ୍ତ ଝିପ୍‌ଝିପ୍‌ ବର୍ଷା ଲାଗି ରହିଥିଲା। ଅପରାହ୍ନରେ ବର୍ଷା ଛାଡିବା ପରେ ପାଗ କୋହଲା ରହିଥିଲା। ପାଗ ଅନୁକୂଳ ରହିବାରୁ ଗଣେଶ ପୂଜା ଭସାଣି ଉତ୍ସବ ଆଡମ୍ବର ସହକାରେ ପାଳନ ହୋଇଛି। ପ୍ରଶାସନ ପକ୍ଷରୁ କୋଷାଗୁମୁଡାରେ ସର୍ବାଧିକ ଓ ରାଇଘରରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି।

ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ନବରଙ୍ଗପୁରରେ ୫୫.୫ ମିମି, ନନ୍ଦାହାଣ୍ଡିରେ ୫୩ ମିମି, ତେନ୍ତୁଳିଖୁଣ୍ଟିରେ ୬୫.୪ ମିମି, ପାପଡାହାଣ୍ଡିରେ ୪୨.୬ ମିମି, କୋଷାଗୁମୁଡାରେ ୬୬ ମିମି, ଡାବୁଗାଁରେ ୨୨ମିମି, ଉମରକୋଟରେ ୩୮.୪ମିମି, ରାଇଘରରେ ୧୫ ମିମି, ଝରିଗାଁରେ ୪୦ ମିମି, ଚନ୍ଦାହାଣ୍ଡିରେ ୩୨ ମିମି ବର୍ଷା ରେକର୍ଡ ହୋଇଛି। ନବରଙ୍ଗପୁର ଜିଲ୍ଲାରେ ହାରାହାରି ୪୨.୯୯ ମିମି ବର୍ଷା ହୋଇଛି। ଆଜି ସଂଧ୍ୟା ସୁଦ୍ଧା ନବରଙ୍ଗପୁରରେ ୧୪.୮ ମିମି, ନନ୍ଦାହାଣ୍ଡିରେ ୪ ମିମି, ତେନ୍ତୁଳିଖୁଣ୍ଟିରେ ୫ ମିମି, ପାପଡାହାଣ୍ଡିରେ ୨୬.୪ ମିମି, କୋଷାଗୁମୁଡାରେ ୨୦ ମିମି, ଡାବୁଗାଁ ୭ ମିମି, ଉମରକୋଟରେ ୨୦ ମିମି, ରାଇଘରରେ ୨୪ ମିମି ଓ ଝରିଗାଁରେ ୬ ମିମି ବର୍ଷା ରେକର୍ଡ ହୋଇଥିଲା। ଆଜି ଅପରାହ୍ନରେ ବର୍ଷା ନଥିବା ଯୋଗୁଁ ଲୋକେ ଆଶ୍ୱସ୍ତ ହୋଇଛନ୍ତି। ତେବେ ଦିନ ସାରା ଦୋକାନ ଓ ବଜାର ଖାଁ ଖାଁ ହୋଇଥିବା ବେଳେ ଉପରବେଳା ଲୋକେ ଚଳଚଞ୍ଚଳ ହୋଇଥିଲେ।

ସମ୍ବନ୍ଧିତ ଖବର