ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅସମ୍ମାନ, ଥାନାରେ ଏତଲା ଦାୟର

ନବରଙ୍ଗପୁର: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅସମ୍ମାନ ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନାରେ ଶନିବାର ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ଅଭିଯୋଗ ଅନୁସାରେ କୋଷାଗୁମୁଡାସ୍ଥିତ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଉପରକୁ ଚଢ଼ି ଦୁର୍ବୃତ୍ତମାନେ ଗାନ୍ଧିଜୀଙ୍କୁ ସିଗାରେଟ ପିଆଉଛନ୍ତି। ଗାନ୍ଧିଜୀଙ୍କୁ ସିଗାରେଟ ପିଆଇବା ସହିତ ଦୁର୍ବୃତ୍ତମାନେ ସେଲଫି ନେଇଥିବା ଦୃଶ୍ୟ ଫେସ୍‌ବୁକରେ ଭାଇରାଲ ହୋଇଥିବା ଜଣାପଡ଼ିଛି।

ଦୁବୃର୍ତ୍ତମାନଙ୍କ ଏଭଳି କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ପ୍ରବଳ ନିନ୍ଦା କରାଯାାଇଛି। ସୂଚନାଯୋଗ୍ୟ ଦୁର୍ବୃତ୍ତମାନେ ଗତ ନଭେମ୍ବର ୪ ସନ୍ଧ୍ୟା ୫ଟା ୩୯ମିନିଟରେ ଗାନ୍ଧିଜୀଙ୍କର ଏହି ଫଟୋକୁ ଉଠାଇଥିଲେ। ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟିର ସଭାପତି ମୁନା ତ୍ରିପାଠୀ ଓ ସଂମ୍ପାଦକ ଅବଦୁଲ ଫିରୋଜ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଏହି ଘଟଣାକୁ ମା’ଘର ପକ୍ଷରୁ ମଧ୍ୟ ପ୍ରବଳ ନିନ୍ଦା କରାଯାଇଛି।

ସମ୍ବନ୍ଧିତ ଖବର