ଘାଟିରେ ସ୍କୁଲ ବସ୍‌ ଓଲଟିବା ଘଟଣା: ୩ ଶିକ୍ଷକଙ୍କ ଜୀବନ ଗଲା, ୨୦ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ଚନ୍ଦାହାଣ୍ଡି ଘାଟିରେ ସ୍କୁଲ ବସ୍‌ ଓଲଟିବା ଘଟଣାରେ ନବରଙ୍ଗପୁରର ଅବସରପ୍ରାପ୍ତ ଶିକ୍ଷକ ଲଲିତ ମୋହନ ପଟ୍ଟନାୟକ, ଉମରକୋଟ ସରକାରୀ ବିଦ୍ୟାଳୟର ରୀନା ନାୟକ ଓ ଅରବିନ୍ଦ ବିଦ୍ୟାଳୟର ନିରଞ୍ଜନ ନାୟକଙ୍କ ମୃତ୍ୟୁ ଘଟିଛି। ଉମରକୋଟ ଅରବିନ୍ଦ ସ୍କୁଲରେ ଆୟୋଜିତ ସେମିନାରରେ ଯୋଗଦେବାକୁ ସ୍କୁଲ ବସ୍‌ ୩୫ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ରବିବାର ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ସ୍କୁଲ୍‌ ବସ୍‌ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ସହିତ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋରାପୁଟ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ରାତି ସୁଦ୍ଧା ଆଉ କିଛି ଗୁରୁତରଙ୍କୁ କୋରାପୁଟ ପଠାଯାଇ ପାରେ।

ରିପୋର୍ଟ ଲେଖାଯିବା ବେଳକୁ ରଇନି ଭତ୍ରା, ଭାନୁ ପ୍ରତାପ ଗଣ୍ଡ, ସୁପ୍ରିୟା ବେହେରା, ବୃନ୍ଦା ନାଏକ, ତ୍ରିନାଥ ଗଣ୍ଡ, ଅଶ୍ୱିନୀ ବେହେରା, ମୋହିତ ଲାଲ ଗଣ୍ଡ, ଆଦ୍ୟାଶା ପାଣିଗ୍ରାହୀ, ଅର୍ଚ୍ଚିତା ପଣ୍ଡା, ଧନେଶ୍ୱରୀ ମାଝୀ, ଗୋପାଳ ମାଝୀ, ଦଶରଥ ମାଝୀ, ଅଶ୍ୱିନୀ ବେହେରେ, ଟଙ୍କ ହରିଜନ, ଦୀପକ ହରିଜନ ଆଦିଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦେବେନ୍ଦ୍ର ନାୟକ, ଗୋପାଳ ଦାସ, ଶ୍ରୀନିବାସ ପଟ୍ଟନାୟକ ପ୍ରମୁଖଙ୍କୁ କୋରାପୁଟ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର