ନବରଙ୍ଗପୁର ଉପଜିଲ୍ଲାପାଳଙ୍କୁ ମାଡ ଅଭିଯୋଗ

ନବରଙ୍ଗପୁର: ନବରଙ୍ଗପୁର ଉପଜିଲ୍ଲାପାଳ ଭାସ୍କର ରଇତଙ୍କୁ ମାଡ ଅଭିଯୋଗ। ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ଗ୍ରାମକୁ ଅଙ୍ଗନୱାଡି କେନ୍ଦ୍ରରେ ଅଣ୍ଡା ମିଳୁନଥିବା ଅଭିଯୋଗ ପାଇ ସିଡିପିଓଙ୍କ ସହ ତଦନ୍ତ କରିବା ପାଇଁ ଯାଇଥିଲେ। ସେଠାରେ ସେ ଗାଁ ଲୋକଙ୍କ ରୋଷର ଶିକାର ହୋଇଥିଲେ। ତାଙ୍କୁ ଗ୍ରାମର କିଛି ବ୍ୟକ୍ତି ମାଡ ମାରିବା ଫଳରେ ସେ ଫେରିଆସି ତେନ୍ତୁଳିଖୁଣ୍ଟି ଡାକ୍ତରଖାନା ରେ ଚିକିତ୍ସିତ ହୋଇ ଫେରିଛନ୍ତି। ଘଟଣା ଟି ଅପରାହ୍ନ ପ୍ରାୟ ୨ଟା ବେଳେ ଘଟିଥିବାର ଜଣାପଡିଛି। ଏ ପର୍ଯ୍ୟନ୍ତ ଥାନାରେ ଏତଲା ଦେଇନାହାନ୍ତି। ଖବର ପାଇଁ ତେନ୍ତୁଳିଖୁଣ୍ଟି ଥାନା ପୁଲିସ ଓ ଖାତିଗୁଡା ଥାନା ପୁଲିସ ଉକ୍ତ ଗାଁ ରେ ପହଞ୍ଚି ୨ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର