ଦବିଗଲା କାଠପୋଲ, ପୋଲ ଉପରେ ୨ ଫୁଟର ପାଣି; ଗୋପ ଓ ସତ୍ୟବାଦୀ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ

ପୁରୀ: ପୁରୀ ଗୋପ ବ୍ଲକ ସୁବର୍ଣ୍ଣପୁର ଗବାକୁଣ୍ଡ ରାସ୍ତାର ବୋଇତଭଙ୍ଗା କାଠ ପୋଲ ଉପରେ ୨ ଫୁଟର ପାଣି। ଧନୁଆ ନଦୀ ଉପରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି କାଠ ପୋଲଟି ଦବିଯିବାରୁ ପୋଲ ଉପରେ ପାଣି ଚାଲୁଛି। ଫଳରେ ପୋଲ ଦେଇ ଯାତାୟାତ କରୁଥିବା ଦୁଇ ବ୍ଲକ ତଥା ଗୋପ ଓ ସତ୍ୟବାଦୀ ବ୍ଲକକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନୁଅରା ନଦୀ ଉପରେ ବୋଇତ ଭଙ୍ଗାଠାରେ ଏକ ସେତୁ ର୍ନିମାଣ ପାଇଁ ଶୁଭ ଦେଇଥିଲେ। କିନ୍ତୁ ଏଯାଏ ସେତୁ ର୍ନିମାଣ ଅଧାରେ ପଡିରହିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କାଠ ପୋଲଟି ବିପଦସଂକୁଳ ଅବସ୍ଥାରେ ରହିଥିବା ବେଳେ ରୋଗୀ ମାନେ କି ୩୦ କିଲୋମିଟର ରାସ୍ତା ବୁଲି ଗୋପ ମେଡିକାଲକୁ ଯାଉଛନ୍ତି। ଛାତ୍ରଛାତ୍ରୀମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର