ଯାଜପୁର: ବିଜୁ ପକ୍କା ଘର ଯୋଗାଇ ଦେବା ଅାଳରେ ବିଜେଡି କାର୍ଯ୍ୟାଳୟରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଅଫିସ୍ ନିକଟରେ ଥିବା ବିଜେଡ଼ି କାର୍ଯ୍ୟାଳୟରେ ଜିଲ୍ଲା ସଭାପତିଙ୍କ ଭାଇ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ଘଟଣା ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏ ନେଇ ମଙ୍ଗଳପୁର ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଛି।

ସାଙ୍କେତିକ ଫଟୋ

ପୀଡିତା ଜଣେ ସ୍ୱାମୀ ପରିତ୍ୟକ୍ତା। ତାଙ୍କୁ  ବିଜୁ ପକ୍କା ଘର ଯୋଗାଇ ଦେବା ଆଳରେ ଶାସକ ଦଳର ଯୁବ ନେତା ତଥା ଜିଲ୍ଲା ସଭାପତି ସରୋଜ  ମହାପାତ୍ରଙ୍କ ଭାଇ ଜୋରଜବରଦସ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା । ପୁଲିସ୍ ପୀଡିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଇଛି। ଦଶରଥପୁର ବ୍ଲକ୍‌ ଅନ୍ତର୍ଗତ ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ରଙ୍କ ଘର ବ୍ଲକ୍‌ ଛକ ନକଟସ୍ଥ ବିଜେଡି କାର୍ଯ୍ୟାଳୟରେ ଏହି ଘଟଣା ଘଟିଛି ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର