ରାୟଗଡ଼ା: ସ୍କୁଲ୍‌ରେ ଶୌଚାଳୟ ନଥିବାରୁ ୨୫ କିଲୋମିଟର ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଲେ ୩୫ ଛାତ୍ର

ରାୟଗଡ଼ା: ରାୟଗଡ଼ାସ୍ଥିତ ବିଲେଶୁ ହାଇସ୍କୁଲ୍‌ରେ ଶୌଚାଳୟ ସମସ୍ୟା ଓ କମ୍ପ୍ୟୁଟର୍‌ ଶିକ୍ଷକ ନଥିବା କାରଣରୁ ସ୍କୁଲ୍‌ର ୩୫ ଜଣ ଛାତ୍ର ହଷ୍ଟେଲ୍‌ ଛାଡ଼ିଥିବା ଜାଣିବାକୁ ମିଳିଛି। ଛାତ୍ରମାନେ ହଷ୍ଟେଲ୍‌ ଛାଡ଼ିବା ପରେ ୨୫ କିଲୋମିଟର ବାଟ ଚାଲି ଚାଲି ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ସେମାନେ ସେଠାରେ ପହଞ୍ଚି ସେମାନଙ୍କ ଦାବି ପୂରଣ ପାଇଁ ଜିଦ୍‌ କରି ବସିଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ, ପିଏ ଆଇଟିଡିଏ ଟିକୁ ବାରିକ ସେମାନଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଦାବି ପୂରଣ ନହେଲେ ଆଉ ସ୍କୁଲ୍‌ ଯିବେ ନାହିଁ ବୋଲି ଛାତ୍ରମାନେ ଅଡ଼ି ବସିଛନ୍ତି। ସେମାନେ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ୍‌ରେ କମ୍ପ୍ୟୁଟର୍‌ ଶିକ୍ଷକ ନଥିବା କାରଣରୁ ସେମାନେ କମ୍ପ୍ୟୁଟର୍‌ ଅନ୍‌-ଅଫ୍‌ କରିବା ବି ଶିଖି ପାରିନାହାନ୍ତି। କେବଳ ସେତିବି ନୁହେଁ, ଦୀର୍ଘ ଦିନ ହେବ ସ୍କୁଲ୍‌ରେ ଶୌଚାଳୟ ନିର୍ମାଣ ପାଇଁ ଛାତ୍ରଛାତ୍ରୀ ଦାବି କରି ଆସୁଥିଲେ ବି ଏ ପ୍ରତି କାହାରି ନଜର ନାହିଁ ବୋଲି ଅଭିଯୋଗ ହୋଇଛି।

 

ସମ୍ବନ୍ଧିତ ଖବର