ରାଜସ୍ୱ ମନ୍ତ୍ରୀଙ୍କ ସଙ୍ଗରୋଧ କେନ୍ଦ୍ର ତଦାରଖ, କୋଟା ଫେରନ୍ତା ଛାତ୍ରଛାତ୍ରୀଙ୍କ ସହିତ କଲେ ଆ‌ଲୋଚନା

 

ବାରିପଦା ଆଜି ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଜିଲ୍ଲା ସଦରମହକୁମାରେ ଥିବା ଏକ ସଙ୍ଗରୋଧ କେନ୍ଦ୍ର ସହିତ ବାରିପଦା ବ୍ଲକ୍‌ରେ ଥିବା ଦୁଇଟି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର(ଟିଏମ୍‌ସି) ପରିଦର୍ଶନ କରିଥିଲେ। ପ୍ରଥମେ ସ୍ଥାନୀୟ ପ୍ରୟାସ ଭବନରେ ହୋଇଥିବା ସଙ୍ଗରୋଧ କେନ୍ଦ୍ର ଗସ୍ତ କରିଥିଲେ। ଆଜି କୋଟାରୁ ଫେରିଥିବା ୧୭ଜଣ ଛାତ୍ରଛାତ୍ରୀ ଉକ୍ତ କେନ୍ଦ୍ରରେ ରହୁଛନ୍ତି।

ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ଉକ୍ତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସହିତ ଥିବା ଅଭିଭାବକମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି କେନ୍ଦ୍ର ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ସହିତ ଆଲୋଚନା କରି ସମସ୍ତ ବ୍ୟବସ୍ଥାକୁ ସୁବନ୍ଦୋବସ୍ତ କରିବାକୁ ପରାମର୍ଶ ଦେଇଥିଲେ। ପରେ ବାରିପଦାର ଅନ୍ୟ ଦୁଇଟି ସଙ୍ଗରୋଧ କେନ୍ଦ୍ରକୁ ଯାଇ ସେଠିକାର ବ୍ୟବସ୍ଥା ସମ୍ପର୍କରେ ନିରୀକ୍ଷଣ କରିଥିଲେ। ଉପସ୍ଥିତ ଅଧିକାରୀ ମାନଙ୍କୁ ସମସ୍ତ ପରିସ୍ଥିତି କୁ ଧର୍ଯ୍ୟ ଏବଂ ନିଷ୍ଠାର ସହିତ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବାରିପଦା ବ୍ଲକ୍‌ ବିଡିଓ ତଥା ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ, ବାରିପଦା ଟାଉନ୍‌ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଆଜି ସୁଦ୍ଧା ଜିଲ୍ଲାରୁ ମୋଟ ୧୯୩୫ ନମୁନା ପରୀକ୍ଷା ନିମନ୍ତେ ପଠାଯାଇଥିଲା । ଏହା ମଧ୍ୟରୁ ୧୭୭୦ଟି ନମୁନାର ରିପୋର୍ଟ ନେଗେଟିଭ୍‌ ଆସିଥିବାବେଳେ ୧୬୫ଟିର ରିପୋର୍ଟ ଆସିନାହିଁ।

 

ସମ୍ବନ୍ଧିତ ଖବର