ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ
ବ୍ରହ୍ମପୁର: ଗଂଜାମ ଜିଲ୍ଲାର ନୂଆଗାଁ ଥାନା ଚିକିଟିଗଡ଼ ରାଜସ୍ୱ ନୀରିକ୍ଷକ ଉଲ୍ଲାସ ଗୌଡ଼ଙ୍କ ବାଇକ ଡିକି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ବୁଧବାର ଅଭିଯୋଗ ହୋଇଛି। ଏନେଇ ଶ୍ରୀ ଗୌଡ଼ ଏତଲା ଦେବା ପରେ ଥାନା ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଚିକିଟିପେଣ୍ଠ ଆନ୍ଧ୍ର ବ୍ୟାଙ୍କ ଶାଖାରୁ ଆଜି ସକାଳ ପ୍ରାୟ ୧୦ଟା ୪୫ରେ ଶ୍ରୀ ଗୌଡ଼ ୪ ଲକ୍ଷ ଟଙ୍କା ଉଠାଇଥିଲେ। ଏହା ପରେ ସେ ଚିକିଟିଗଡ଼ ଆରଆଇ ଅଫିସକୁ ଯାଇ ବାହାରେ ବାଇକ୍ ରଖିଥିଲେ। ସେଠାରୁ ସେ ଚିକିଟି ତହସିଲ କାର୍ଯ୍ୟାଳୟକୁ ଯାଇ ଘରକୁ ଫେରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଘର ଆଗରେ ଡିକି ଖୋଲିଲା ବେଳକୁ ଟଙ୍କା ନ ଥିଲା ଓ ତାହାକୁ ଭଙ୍ଗା ଯାଇଥିବା ସେ ଜାଣିବାକୁ ପାଇଥିଲେ। ତୁରନ୍ତ ଚିକିଟି ତହସିଲ କାର୍ଯ୍ୟାଳୟକୁ ଯାଇ ସିସିଟିଭି ଫୁଟେଜ ଦେଖିଥିଲେ କିନ୍ତୁ କୌଣସି ସୁରାକ୍ ମିଳି ନ ଥିଲା। ଚିକିଟିଗଡ଼ ଆରଆଇ ଅଫିସ ସାମ୍ନାରେ ହିଁ ଲୁଟ ହୋଇଥିବା ଜାଣି ସେ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଓ ଥାନା ଅଧିକାରୀ ମାଧବାନନ୍ଦ ନାୟକ ପହଂଚି ତଦନ୍ତ କରିଛନ୍ତି। ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଲାଗିଥିବା ସିସିଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।