ଭିମ୍‌ସାରରୁ ମୋବାଇଲ ଚୋର ଗିରଫ

ସମ୍ବଲପୁର: ଗତ କେଇ ମାସ ହେବ ବୁର୍ଲା ବଡ଼ ମେଡିକାଲରୁ ନିତିଦିନ ମୋବାଇଲ ଚୋରି ହେଉଥିବା ଅଭିଯୋଗ ହେଉଥିଲା। ତେବେ ଗୁରୁବାର ରାତିରେ ଜଣେ କାର୍ଯ୍ୟରତ ଡାକ୍ତରଙ୍କର ଏସ୍‌ଏନ୍‌ସିୟୁରୁ ମୋବାଇଲ ଚୋରି ହୋଇଥିବା ନେଇ ମେଡିକାଲ ଫାଣ୍ଡିରେ ଅଭିଯୋଗ ହୋଇଥିଲା। ଏନେଇ ଫାଣ୍ଡି ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସମୟରେ ଉକ୍ତ ଅଞ୍ଚଳରୁ ହିଁ ଜଣେ ଯୁବକକୁ ‌ଚୋରି ମୋବାଇଲ ସହ ଗିରଫ କରିଥିଲା। ଉକ୍ତ ଯୁବକ ଜଣଙ୍କ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ର କ୍ଷୀରସିନ୍ଧୁ ସୁନ‌ାନୀ(୨୦) ବୋଲି ଜଣାପଡ଼ିଛି। ଶୁକ୍ରବାର ସକାଳୁ ପୁଲିସ୍‌ ଅଭିଯୁକ୍ତ କ୍ଷୀରସିନ୍ଧୁକୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର