ଜିଲ୍ଲା ପ୍ରଶାସନକୁ ନିର୍ବାଚନ ଖର୍ଚ୍ଚ ପ‌ର୍ଯ୍ୟବେକ୍ଷକଙ୍କ ନିର୍ଦେଶ:ସବୁ ମଦ ଦୋକାନରେ ସିସିଟିଭି ବାଧ୍ୟ

ସୋନପୁର: ସୋମବାର ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ବାରା ବଲାଙ୍ଗୀର ଲୋକସଭାମଣ୍ଡଳୀ ପାଇଁ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଏନ.ଏସ.ପ୍ରସନ୍ନ କୁମାର ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଦେବବ୍ରତ ରାୟ, ବୀରମହାରାଜପୁର ନିର୍ବାଚନମଣ୍ଡଳୀ ଏବଂ ସୋନପୁର ନିର୍ବାଚନମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଗୁରୁପ୍ରିତ ସିଂହ ଜିଲ୍ଲାର ବିଭିନ୍ନ ଟିମ ଗୁଡିକ ସହିତ ସାର୍କିଟ ହାଉସରେ ଆଲୋଚନା କରିଥିଲେ। ଏହି ସଭାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶରତ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଳାର ମଦ ଦୋକାନରେ ସିସିଟିଭି ଲାଗିଛି କି ନାହିଁ ତାହା ସୁନିଶ୍ଚିତ କରିବା ସହିତ କୌଣସି ମଦ ଦୋକାନରେ ଅଧିକ ମାତ୍ରାରେ ମଦ ବିକ୍ରି ହେଲେ ତାହା ରିପୋର୍ଟ କରିବା‌ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯଦି କୌଣସି ବ୍ୟକ୍ତି ୧୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ତା ଆକାଣ୍ଟରୁ ଉଠା‌ଏ କିମ୍ବା ଜମା କରେ ଏହି ସୂଚନା ବ୍ୟାଙ୍କ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଦେବେ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଉକ୍ତ ଜିଲ୍ଲାର ଦାୟିତ୍ବରେ ଥିବା ଆୟକର ଅନୁସନ୍ଧାନ ନିର୍ଦ୍ଦେଶାଳୟର ନୋଡାଲ ଅଫିସରଙ୍କୁ ଉପରୋକ୍ତ ଅର୍ଥ କାରବାର ସମ୍ପର୍କରେ ସୂଚିତ କରିବେ ଏବଂ ନୋଡାଲା ଅଫିସର ଆୟକର ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଗତକାଲି ବୀମହାରାଜପୁର ନିର୍ବାଚନମଣ୍ଡଳୀ ଏବଂ ସୋନପୁର ନିର୍ବାଚନମଣ୍ଡଳୀ ପାଇଁ ଇଭିଏମ ଓ ଭିଭିପେଟର ରାଣ୍ଡାମାଇଜେସନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ସମାପ୍ତ ହୋଇଥିବା ସୂଚନା ପ୍ରଦାନ କରାଯାଇଥିଲା। ଏଥିରେ ଉଭୟ ନିର୍ବାଚନମଣ୍ଡଳୀର ରିଟର୍ନିଂ ଅଫିସରଙ୍କ କାର୍ଯ୍ୟାଳୟରେ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ କୁମାର, ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର