ସ୍କୁଲକୁ ଗଲାବେଳେ ଛାତ୍ରଙ୍କୁ ଧକ୍କା ଦେଲା ଟ୍ୟାଙ୍କର, ସ୍ତବ୍ଧ ହୋଇ ହୋଇଗଲେ ପ୍ରତ୍ୟକ୍ଷଦର୍ଶୀ ; ଜାଣନ୍ତୁ କ’ଣ ହେଲା ତା’ପରେ
ଢେଙ୍କାନାଳ : ଭଦ୍ରକ ଘଟଣାର ପୁନରାବୃତ୍ତି ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଛି । ଅନୁଗୁଳ- ଢେଙ୍କାନାଳ ୫୫ ନମ୍ବର ଜାତୀୟ ରାଜପଥରେ ଶନିବାର ଜଣେ ଛାତ୍ରକୁ ଏକ ଟ୍ୟାଙ୍କର ସାମ୍ନାପଟୁ ଧକ୍କା ଦେଇଥିଲା। ସୌଭାଗ୍ୟବଶତଃ ପିଲାଟି ଟ୍ୟାଙ୍କରର ବିପରୀତ ଦିଗକୁ ଛିଟକି ପଡିବାରୁ ଅଳ୍ପକେ ବର୍ତ୍ତିଯାଇଛି ତାର ଜୀବନ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ମୋଟଙ୍ଗା ହାଇସ୍କୁଲର କିଛି ଛାତ୍ର ସାଇକେଲରେ ସ୍କୁଲକୁ ଯାଉଥିଲେ। ଏହି ସମୟରେ ଜଣେ ଛାତ୍ରକୁ ରାଜପଥ ଉପରେ ସାମ୍ନାପଟୁ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଛାତ୍ର ଜଣକ ସାଇକେଲ୍ ସହ ଛିଟିକି ବି ପଡିଥିଲେ। ପଛରେ ଆସୁଥିବା ଛାତ୍ରଛାତ୍ରୀ ଓ ସେଠାରେ ଉପସ୍ଥିତ ଲୋକମାନେ ଆଖି ବୁଜି ପକାଇଥିଲେ। ହେଲେ ଛାତ୍ର ଜଣକ ଟ୍ୟାଙ୍କର ବୀପରିତ ଦିଗରେ ପଡିଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣା ଘଟାଇ ଟ୍ୟାଙ୍କରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଛାତ୍ରଛାତ୍ରୀମାନେ କିଛି ସମୟ ପାଇଁ ରାସ୍ତା ରୋକ ମଧ୍ୟ କରିଥିଲେ । ଏହା ପୂର୍ବରୁ ଭଦ୍ରକରେ ଟ୍ରକ୍ ଧକ୍କାରେ ୫ ଜଣ ଛାତ୍ର ପ୍ରାଣ ହରାଇବା ଘଟଣାକୁ ୧୫ ଦିନ ବିତି ନଥିବା ବେଳେ ପୁଣି ଆଉ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ।