ନୀଳଗିରି: ଇନ୍ଦିରା ଆବାସ ଘର କାନ୍ଥ ଭୁଶୁଡ଼ି ୨ ନାବାଳକ ଗୁରୁତର

ନୀଳଗିରି: ଆଜି ସକାଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ କଲ୍ୟାଣୀ ଗ୍ରାମରେ କାନ୍ଥ ପଡ଼ି ଦୁଇ ନାବାଳକ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ନୀଳଗିରି ଓ ପରେ ଆମ୍ବୁଲାନସ ଯୋଗ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟରୀ, ଗ୍ରାମରୀ କଟିଆ ସିଂହ ୨୦୧୨-୧୩ ମସିହାରେ ଏକ ଇନ୍ଦିରା ଆବାସ ପାଇଁ କାର୍ଯ୍ୟାଦେଶ ପାଇଥିଲେ। ମାତ୍ର ସମ୍ପୂର୍ଣ୍ଣ ଟଙ୍କା ପାଇ ନ ଥିବାରୁ ସେ ଘରର କେବଳ କାନ୍ଥ ଉଠାଇ ଥିଲେ। ସେହିଦିନରୁ ଅସମ୍ପୂର୍ଣ୍ଣ ଥିବା ଏହି ଅର୍ଦ୍ଧନିର୍ମିତ ଘର ପାଖରେ ଖେଳୁଥିବା ବେଳେ ଆଜି କାନ୍ଥ ଭୁଶୁଡ଼ି ପଡ଼ିବାରୁ କଟିଆ ସିଂହଙ୍କ ୧୦ ବର୍ଷର ପୁଅ ରୋହିତ ସିଂହ ଓ ଚକ୍ରଧର ସିଂହଙ୍କ ୮ ବର୍ଷର ପୁଅ ରବି ସିଂହ ଗୁରୁତର ଭାବେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର