ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ମାରି ଛେଚା ଖାଇଲେ ୨ ଯୁବକ, ପୁଲିସକୁ ହସ୍ତାନ୍ତର

ବାଲେଶ୍ୱର: ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ମାରି ୨ ଜଣ ଯୁବକ ନିସ୍ତୁକ ଛେଚା ଖାଇଛନ୍ତି। ବାଲେଶ୍ୱର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବାଲଗୋପାଳପୁରସ୍ଥିତ କ୍ଷୀରଚୋରା ପେଟ୍ରୋଲ ପମ୍ପରେ ରବିବାର ରାତି ଏହି ଘଟଣା ଘଟିଛି।

ସୂଚନା ଅନୁସାରେ ରବିବାର ରାତି ୮ଟା ୩୦ରେ ପ୍ରଭାକର ଦାସ ଓ ପ୍ରକାଶ ଦାସ ଏକ ବାଇକ୍‌ରେ ପେଟ୍ରୋଲ ପମ୍ପ ଯାଇଥିଲେ। ସେମାନେ ବାଇକ୍‌ରେ ୫୦ ଟଙ୍କାର ପେଟ୍ରୋଲ ପକାଇବା ପରେ ଟଙ୍କା ଦେଇ ନ ଥିଲେ। ଫଳରେ ପେଟ୍ରୋଲ ପମ୍ପର କର୍ମଚାରୀ ଟଙ୍କା ମାଗିଥିଲେ।

କିଛି ଘଣ୍ଟା ପରେ ପ୍ରଭାକର ଓ ପ୍ରକାଶ ପୁଣି ଥରେ ପେଟ୍ରୋଲ ପମ୍ପକୁ ଆସି ପେଟ୍ରୋଲ ପମ୍ପର କର୍ମଚାରୀଙ୍କୁ ୫୦୦ ଟଙ୍କା ଦେଇଥିଲେ। କର୍ମଚାରୀ ଜଣକ ୪୫୦ ଟଙ୍କା ଫେରାଇବାରୁ ସେମାନେ ବିଭିନ୍ନ ପ୍ରକାରର ଅଭିଯୋଗ ଆଣି ଗଣ୍ଡଗୋଳ ସୃଷ୍ଟି କରିଥିଲେ। କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଭଙ୍ଗାରୁଜା କରିଥିଲେ। ଫଳରେ ସ୍ଥାନୀୟ ଲୋକେ ପ୍ରଭାକର ଓ ପ୍ରକାଶଙ୍କୁ ନିସ୍ତୁକ ମାଡ଼ ମାରି ପୁଲିସକୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର