ପୁରୀ: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନ ବ୍ୟବସ୍ଥାର ପ୍ରତିବାଦରେ ବୁଧବାର ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ପରିପ୍ରେକ୍ଷୀରେ ଅଶାନ୍ତ ହୋଇ ଉଠିଛି ପୁରୀ ସହର। ଏହି ଧାଡ଼ି ଦର୍ଶନକୁ ନେଇ ହିଂସା ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ କହିଥିଲେ, ହିଂସାକାଣ୍ଡ ପଛରେ କିଛି ଅସମାଜିକଙ୍କ ହାତ ଅଛି। ଆଗକୁ ଦର୍ଶନରେ ଯେମିତି ଅସୁବିଧା ନହୁଏ ତା’ର ପୁନଃ ତର୍ଜମା କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଭକ୍ତ, ସେବାୟତ, ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ସମ୍ମୁଖରେ ପ୍ରଶାସନ ପକ୍ଷରୁ ଲଗାଯାଇଥିିବା ବ୍ୟାରିକେଡ୍କୁ ଭାଙ୍ଗି ମନ୍ଦିର ଭିତରକୁ ଧଶେଇ ପଶିବା ସହିତ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। କେବଳସେତିକି ନୁହେଁ, ବଡ଼ଦାଣ୍ଡରେ ଥିବା ଟ୍ରାଫିକ ପୋଷ୍ଟ ଗୁଡ଼ିକରେ ନିଆଁ ଲଗାଇ ଦେଇଛନ୍ତି। ପରିସ୍ଥିତି ଅଣାୟତ ହେବା ପରେ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଜାରି କରାଯାଇ ହିଂସାକୁ ରୋକିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏପଟେ ଆଶାନ୍ତ ପୁରୀରେ ଆଇଜିଙ୍କ ନେତୃତ୍ୱରେ ବଡ଼ଦାଣ୍ଡରେ ପୁଲିସ ଫ୍ଲାଗ୍ମାର୍ଚ୍ଚ କରିଛି। ସିଂହଦ୍ୱାରା ସାମ୍ନାରୁ ମାର୍କେଟ ଛକ ଯାଏ ପୁଲିସର ଫ୍ଲାଗ୍ମାର୍ଚ୍ଚ କରିବା ସହିତ ଟେକା ପଥର ମାଡ କରୁଥିବା ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରୁଛନ୍ତି।