ଭଦ୍ରକ: ଅଗ୍ନିକାଣ୍ଡରେ ମହିଳା ଜୀବନ୍ତ ଦଗ୍‌ଧ

ଭଦ୍ରକ: ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଅନ୍ତର୍ଗତ ପଦନପଡ଼ା ଶେଖ୍‌ ବଜାର ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ଜୀବନ୍ତ ଦଗ୍‌ଧ ହୋଇଯାଇଥିିବା ମହିଳାଙ୍କ ନାମ ବାସନ୍ତୀ ଖିଲାର। ଅଗ୍ନିକାଣ୍ଡ କେମିତି ଘଟିଲା, ସେତେବେଳେ ମହିଳା ଜଣକ କଣ କରୁଥିଲେ, ତାଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା କିମ୍ବା ନାହିଁ ସେ ସମ୍ପର୍କରେ ବିଶେଷ କିଛି ଜଣାପଡ଼ି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ମହିଳାଙ୍କ ବୟସ ପ୍ରାୟ ୪୦ ବର୍ଷ ହେବ। ସେ ତାଙ୍କ ସ୍ୱାମୀ ଓ ପିଲାମାନଙ୍କ ସହିତ ଘରେ ମଶାରୀ ଟାଣି ଶୋଇଥିଲେ। ତେବେ ବିଦ୍ୟୁତ ସର୍ଟ ସର୍କିଟ, ବଜ୍ରପାତ କିମ୍ବା ଚୁଲିରୁ ନିଆଁ ଲାଗି ଘର ପୋଡ଼ିଛି ଓ ଏଥିରେ ମହିଳା ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ତାହା ସ୍ପଷ୍ଟ ହୋଇ ପାରି ନାହିଁ। ନିଆଁ ଲାଗିବା ପରେ ପରିବାରର ଅନ୍ୟ ଲୋକେ ପଦକୁ ବାହରି ଆସିଥିଲେ। ତେବେ ବାସନ୍ତୀଙ୍କର ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ଘଟଛି। ଏହା ଏକ ହତ୍ୟାକାଣ୍ଡ ବୋଲି ମୃତ ବାସନ୍ତୀଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର