ରାଜନୀତିର ଭାଷା

‘‘ଆମେ ଏପରି ଏକ ସମୟରେ ବାସ କରୁଛୁ ଯେଉଁ ସମୟରେ ରାଜନୀତିରୁ ଅଲଗା ରହିବା ଭଳି ଜିନିଷ କିଛି ନାହିଁ। ସବୁ ପ୍ରସଙ୍ଗମାନ ହେଉଛନ୍ତି ରାଜନୈତିକ ପ୍ରସଙ୍ଗ, ଏବ˚ ଖୋଦ୍‌ ରାଜନୀତି ନିଜେ ହେଉଛି ମିଛ, ଫାଙ୍କିବାଜି, ବୋକାମି, ଘୃଣା ଏବ˚ ପାଗଳାମିର ଏକ ସମାହାର। ଏହା ଜର୍ଜ ଅର‌୍‌ୱେଲ୍‌ ୧୯୪୬ରେ ପ୍ରକାଶିତ ତାଙ୍କର ପ୍ରସିଦ୍ଧ ଦୀର୍ଘ ପ୍ରବନ୍ଧ ‘ପଲିଟିକ୍‌ସ ଆଣ୍ତ୍‌ ଦି ଇଙ୍ଗ୍‌ଲିଶ୍‌ ଲାଙ୍ଗୁଏଜ୍‌’ (‘ରାଜନୀତି ଓ ଇ˚ରେଜୀ ଭାଷା)ରେ ଲେଖିଥିଲେ ହେଁ, ଏଥିରେ କେହି ଦ୍ବିମତ ହେବେ ନାହିଁ ଯେ ଏକଥା ସେ ସମୟରେ ଯେଉଁଭଳି ସତ୍ୟ ଥିଲା, ବର୍ତ୍ତମାନ ସମୟରେ ମଧୢ ସେହିପରି ଶତ ପ୍ରତିଶତ ସତ୍ୟ। ଏହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଥିଲା ଗତ ସପ୍ତାହରେ ଯେତେବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇ˚ରେଜୀ କହିବା କ୍ଷମତାକୁ ଏକ ରାଜନୈତିକ ପ୍ରସଙ୍ଗରେ ପରିଣତ କରିଦେଲେ, ଯାହା ଏକ ସ୍କୁଲ ଛାତ୍ର ସୁଲଭ ଗୋଡ଼ ଟାଣିବା ପରି ଥିଲା।

ଗତ ଗୁରୁବାର ଦିନ ମମତା ମୋଦୀଙ୍କୁ ଛିଗୁଲାଇ କହିଥିଲେ ଯେ ସେ ଇ˚ରେଜୀରେ ଭାଷଣ ଦେବା ପାଇଁ କୌଶଳ କରି ଏକ ଗୁପ୍ତ ଟେଲିପ୍ରମ୍ପ୍‌ଟର‌୍‌ ବ୍ୟବହାର କରୁଛନ୍ତି। ଅର‌୍‌ୱେଲ୍‌ଙ୍କ ପ୍ରବନ୍ଧର ବିଷୟବସ୍ତୁ ଯାହା ହୋଇଥାଉ ନା କାହିଁକି, ପ୍ରବନ୍ଧର ଶିରୋନାମାକୁ ଅନୁସରଣ କଲା ଭଳି ଭାରତୀୟ ରାଜନୀତିରେ ଇ˚ରେଜୀ ଭାଷାର ଗୁରୁତ୍ବ ଏବେ ବି ସମ୍ପୂର୍ଣ୍ଣ ଅକ୍ଷୁଣ୍ଣ ରହିଛି, ଏହା ତା’ର ଏକ ବଳିଷ୍ଠ ପ୍ରମାଣ। ଇ˚ରେଜୀ କହିବାରେ ମୋଦୀଙ୍କ ଦୁର୍ବଳତା ମୋଦୀଙ୍କର ରାଜନୈତିକ ଅଯୋଗ୍ୟତାର ଏକ ପ୍ରମାଣ ବୋଲି ପ୍ରତିପାଦନ କରିବା ଥିଲା ମମତାଙ୍କର ଉଦ୍ଦେଶ୍ୟ। ଏହା ଏକ ବିଡ଼ମ୍ବନା। କିନ୍ତୁ ଏ ବିଡ଼ମ୍ବନାର ସ୍ବରୂପ ପ୍ରକାଶ ପୂର୍ବରୁ ମମତାଙ୍କର ମନ୍ତବ୍ୟ ଉପରେ ଏକ ସ˚କ୍ଷିପ୍ତ ଦୃଷ୍ଟି ନିକ୍ଷେପ ଆବଶ୍ୟକ।

ମମତା କହିଥିଲେ, ‘‘ଲୋକେ ଭାବୁଛନ୍ତି ସେ ଭଲ ଇ˚ରେଜୀ କହୁଛନ୍ତି। କିନ୍ତୁ ସେ କ’ଣ ଏହା କହୁଛନ୍ତି? ସେ କେବଳ ଟେଲିପ୍ରଂପଟର୍‌ ସାହାଯ୍ୟରେ ଲିଖିତ ଭାଷଣମାନ ପଢ଼ି ଦେଉଛନ୍ତି। ତୁମେମାନେ ଟେଲିପ୍ରଂପଟର୍‌ ସମ୍ବନ୍ଧରେ ଜାଣିବା ଉଚିତ। ତାଙ୍କ ସମ୍ମୁଖରେ ଏକ ସ୍ବଚ୍ଛ କାଚ ରଖି ଦିଆଯାଏ। ଲୋକମାନେ ତାହାକୁ ଦେଖି ପାରିବେ ନାହିଁ, କିନ୍ତୁ ଗଣମାଧୢମ ଲୋକମାନେ ଏ ବିଷୟରେ ସକୁ କଥା ଜାଣନ୍ତି। ଆମେ ସମସ୍ତେ ଜାଣୁ। …. ଆମେ ସେମିତି କରୁନା। ଆମେ ମନରୁ କହୁ, ଆମେ ଭଲ କହୁ କି ଖରାପ କହୁ ଯାଏ ଆସ ନଥାଏ।।’’ ମୋଦୀଙ୍କର ଇ˚ରେଜୀରେ ଦଖଲ ତାଙ୍କ ନିଜର ଦଖଲଠାରୁ ଯେ କିଛି ଉନ୍ନତ ନୁହେଁ ତାହା ପ୍ରଦର୍ଶିତ କରିବା ଥିଲା ଏହା ପଛରେ ଥିବା ମମତାଙ୍କ ମନସ୍ତତ୍ତ୍ବ।

ତେବେ ଏଥିରେ ଯାହା ପ୍ରଚ୍ଛନ୍ନ ଭାବରେ ନିହିତ, ତାହା ହେଲା ଇ˚ରେଜୀ ଭାଷାରେ ଦକ୍ଷତା ପ୍ରତି ଆମ ନେତାମାନେ ଦେଉଥିବା ଗୁରୁତ୍ବ ଏବ˚ ସେ ଦକ୍ଷତାରେ ଅଭାବ ଯୋଗୁଁ ସେମାନଙ୍କଠାରେ ସୃଷ୍ଟି ହେଉଥିବା ହୀନମନ୍ୟତା। ଖୋଦ୍‌ ମମତା ବାନାର୍ଜୀ ଏହି ହୀନମନ୍ୟତାର ଏକ ବିସ୍ତାରିତ ପ୍ରଦର୍ଶନ କରିଥିଲେ ପ୍ରାୟ ସାତ ବର୍ଷ ତଳେ ଯେତେବେଳେ ସେ ଏକ ଟେଲିଭିଜନ୍‌ ସାକ୍ଷାତକାରରେ ତାଙ୍କର ଇ˚ରେଜୀରେ ଦକ୍ଷତା ଅଭାବ ଯୋଗୁଁ ତାଙ୍କୁ ଅବହେଳା କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଆଉ ଏହି ଅଭିଯୋଗ କରିବା ସମୟରେ ସେ ଇ˚ରେଜୀ ଭାଷାର ଯେଭଳି ବନ୍ଧନମୁକ୍ତ ବ୍ୟବହାର କରିଥିଲେ, ତାହା ସମ୍ପୃକ୍ତ ଇ˚ରେଜୀ ଟେଲିଭିଜନ୍‌ ଚାନେଲ୍‌ର ଦର୍ଶକମାନଙ୍କୁ ସେତେବେଳେ ବେଶ୍‌ ଆମୋଦିତ କରିଥିଲା।

ମମତାଙ୍କ ତୃଣମୂଳ କ˚ଗ୍ରେସ ଦଳ ସେତେବେଳେ କେନ୍ଦ୍ରରେ ଥିବା କ˚ଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରର ଅ˚ଶୀଦାର ଦଳ ଥିଲା। ତାଙ୍କର କିନ୍ତୁ କ୍ଷୋଭ ଥିଲା ଯେ କେନ୍ଦ୍ରରେ ତାଙ୍କୁ ଯଥେଷ୍ଟ ଗୁରୁତ୍ବ ଦିଆଯାଉନାହିଁ। ଦିଲ୍ଲୀ ସରକାର ଓ ତାଙ୍କ ମଧୢରେ ଦେଖା ଦେଉଥିବା ମତପାର୍ଥକ୍ୟର କାରଣ ବୁଝାଇବାକୁ ଯାଇ ସେ ଭଙ୍ଗା ଭଙ୍ଗା ଇ˚ରେଜୀରେ କହିଥିଲେ ଯେ ଦିଲ୍ଲୀ ଲୋକମାନେ ସ୍ଥାନୀୟ ସମସ୍ୟା ହୃଦୟଙ୍ଗମ କରି ପାରୁ ନାହାନ୍ତି, ଯେଉଁଥିପାଇଁ ବିଭ୍ରାନ୍ତି ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ସେ ଭାଷାର ପାର୍ଥକ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ ସେ (ମମତା) ମଧୢବିତ୍ତ ପରିବାରରୁ ଆସିଛନ୍ତି ଏବ˚ ଇ˚ରେଜୀ ମିଡିଅମ୍‌ ସ୍କୁଲରେ ପାଠ ପଢ଼ିନାହାନ୍ତି। ତାଙ୍କର ଇ˚ରେଜୀ ତେଣୁ ଦିଲ୍ଲୀରେ କ୍ଷମତାରେ ଥିବା ଇ˚ରେଜୀରେ ଧୁରନ୍ଧର ଅଭିଜାତବର୍ଗଙ୍କ ଇ˚ରେଜୀ ଭଳି ବଳିଷ୍ଠ ନୁହେଁ। କେନ୍ଦ୍ର ଓ ରାଜ୍ୟ ମଧୢରେ ବିଭେଦକୁ ଗଭୀରତର କରିବାରେ ଏହା ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ।

ସେ କିନ୍ତୁ ଏହା ମଧୢ ଗୁରୁତ୍ବର ସହ କହିଥିଲେ ଯେ ସେ ସାଧାରଣ ଜନତା ମଧୢରୁ ଜଣେ ହୋଇଥିବାରୁ ତାଙ୍କ ଇ˚ରେଜୀ ହେଉଛି ଦୁର୍ବଳ, ଯାହା ତାଙ୍କୁ ତୃଣମୂଳ ସ୍ତରର ବାସ୍ତବତା ଅନୁଭବ କରିବାରେ ସାହାଯ୍ୟ କରିଥାଏ। ଏବ˚ ଯେହେତୁ ସେ ଭୂମି ସ୍ତରର ବାସ୍ତବତା ସହିତ ପରିଚିତ, ସେ ନିଜ ଇଲାକାର ଶାସନ କରିବା ପାଇଁ ସର୍ବାଧିକ ଯୋଗ୍ୟତା ହାସଲ କରିଛନ୍ତି। ତଥାପି ଇ˚ରେଜୀରେ ତାଙ୍କର ଦକ୍ଷତା ଅଭାବ ଯୋଗୁଁ ତାଙ୍କୁ ଅନେକୁ ମହଲରୁ ଅପମାନିତ ହେବାକୁ ପଡୁଛି। ବେଳେ ବେଳେ ତାଙ୍କୁ ଏହା କଷ୍ଟ ହେଉଛି ବୋଲି ସେ କହି ପକାଇଥିଲେ: ‘‘ସମ୍‌ ଟାଇମ୍‌ସ ଆଇ ହଟ୍‌’’। ଏହା ପୂର୍ବରୁ ଅନ୍ୟ ଏକ ଅବସରରେ ସେ ଏହି ମର୍ମରେ ନିଜକୁ ଜଣେ ସାଧାରଣ ମହିଳା ବୋଲି ଘୋଷଣା କରିବାକୁ ଯାଇ କହିବା ଦେଖାଯାଇଥିଲା: ‘‘ଆଇ ଆମ୍‌ ଏ ସିମ୍ପଲ୍‌ ମ୍ୟାନ୍‌।’’

ଇ˚ରେଜୀ ଭାଷାରେ ଦୁର୍ବଳତା ଏକ ରାଜନୈତିକ ଦୁର୍ବଳତା ନୁହେଁ ବୋଲି ଏପରି ଦାବି କରି ଆସିଥିବା ଏବ˚ ସେ ଦୁର୍ବଳତା ଯୋଗୁଁ ଅନ୍ୟାୟୋଚିତ ଲାଞ୍ଛନାର ସମ୍ମୁଖୀନ ହୋଇଥିବା ମମତା ବାନାର୍ଜୀ ତେବେ ନରେନ୍ଦ୍ର ମୋଦୀଙ୍କ ଦୁର୍ବଳ ଇ˚ରେଜୀ ପ୍ରତି ଏପରି ତାଚ୍ଛଲ୍ୟ କରିବା ଅନେକଙ୍କୁ ଶଠତାପୂର୍ଣ୍ଣ ମନେ ହୋଇପାରେ, ଯେତେବେଳେ ନରେନ୍ଦ୍ର ମୋଦୀ ଅନ୍ତତଃ ମମତାଙ୍କର ଇ˚ରେଜୀ ଜ୍ଞାନ ପ୍ରତି କେବେହେଲେ କୌଣସି ପ୍ରକାର ଆକ୍ଷେପ କରିବା ଦେଖା ଯାଇ ନାହିଁ। ତେବେ ମମତାଙ୍କର ଭାଷଣରେ ଯେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, ତାହା ହୃଦୟଙ୍ଗମ କରିବା ପାଇଁ ଜର୍ଜ ଅର‌୍‌େଵଲ୍‌ଙ୍କ ସେଇ ପ୍ରବନ୍ଧର ଆଉ ଏକ ବାକ୍ୟ ଏଠାରେ ଉଦ୍ଧାର କରାଯାଇପାରେ: ‘‘ରାଜନୈତିକ ଭାଷା- ଏହା କମ୍‌ ବେଶି ସମସ୍ତ ରାଜନୈତିକ ଦଳମାନଙ୍କ ପ୍ରତି ପ୍ରଯୁଜ୍ୟ… -ଏପରି ତିଆରି ଯେ ମିଛ ସତ ପରି ଶୁଭିବ, ହତ୍ୟା ସମ୍ମାନଜନକ ମନେହେବ ଏବ˚ ସମ୍ପୂର୍ଣ୍ଣ ହାଵାକୁ ଏକ ନିଦା ଜିନିଷ ରୂପେ ପ୍ରତୀୟମାନ କରାଇବ।’’ ଭିନ୍ନ ଭିନ୍ନ ସମୟରେ ଇ˚ରେଜୀ ଭାଷା ପ୍ରତି ମମତାଙ୍କର ଆଭିମୁଖ୍ୟରୁ ତେଣୁ ଆମେ ନିଶ୍ଚିତ ହୋଇ ପାରୁନାହୁଁ ଯେ ଇ˚ରେଜୀ ଜ୍ଞାନ ଆମ ନେତାମାନଙ୍କ ପାଇଁ ଏକ ଶକ୍ତି ନା ଦୁର୍ବଳତା!

ସମ୍ବନ୍ଧିତ ଖବର