ପ୍ରଭୁଦେବାଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ବଦଳାଇ ଦେଇଥିଲେ ଏହି ସାଉଥ୍‌ ସୁପରଷ୍ଟାର, କିନ୍ତୁ ଅଧାରେ ରହି ଯାଇଥିଲା ସ୍ୱପ୍ନ

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ତଥା କୋରିଓଗ୍ରାଫର ପ୍ରଭୁଦେବାଙ୍କର ଦେଶରେ ଏବଂ ଦେଶ ବାହାରେ କେତେ ପ୍ରଶଂସକ ଅଛନ୍ତି ତାହା ସମସ୍ତଙ୍କୁ ଜଣା । ତାଙ୍କୁ ଲୋକେ ମାଇକେଲ ଜାକ୍‌ସନ୍‌ଙ୍କ ସହ ତୁଳନା କରୁଥିବା ବେଳେ କିଛି ଲୋକ ତାଙ୍କୁ ନୃତ୍ୟର ଭଗବାନ ବୋଲି କହିିଥାନ୍ତି । ତେବେ ନିଜ ନୃତ୍ୟ ପାଇଁ ଏତେ ନାଁ କମାଇଥିବା ପ୍ରଭୁଦେବା ନିଜ ମନ ପସନ୍ଦର ଝିଅକୁ ବିବାହ କରିବାରେ ବିଫଳ ହୋଇଥିଲେ । ସାଉଥ୍‌ ସୁପରଷ୍ଟାର ନୟନତାରା ତାଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଥିଲେ ମଧ୍ୟ ନିଜ ପତ୍ନୀଙ୍କ ପାଇଁ ସେ ନୟନତାରାଙ୍କ ହାତ ଧରି ପାରି ନଥିଲେ ।

The Bridal Box

ସୂଚନା ମୁତାବକ, ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ପରେ ବିବାହ ପାଇଁ ଧର୍ମ ବାଟର କଣ୍ଟା ସାଜୁଥିବା ଜାଣିବାକୁ ପାଇଥିଲେ ନୟନତାରା । ଏହା ପରେ ସେ ନିଜର ଧର୍ମ ବଦଳାଇ ଦେଇଥିଲେ । କିନ୍ତୁ ଦୁହିଁଙ୍କ ପ୍ରେମ ସଂପର୍କ ବିଷୟରେ ପ୍ରଭୁଦେବାଙ୍କ ପତ୍ନୀଙ୍କୁ ଜଣା ପଡ଼ିବା ପରେ ସେ ଅଦାଲତକୁ ଯିବାର ଧମକ ଦେବା ସହ ଅନଶନ କରିବାର ଧମକ ଦେଇଥିଲେ ।  ଫଳରେ ନୟନତାରା ଏବଂ ପ୍ରଭୁଦେବା ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର