କରଣ ଓବରଏଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲାଗିବା ଘଟଣା : ଜାମିନ ରୋକିବା ପାଇଁ ଅଭିନେତ୍ରୀ ନିଜ ଉପରେ ମାରଣାନ୍ତକ ଆକ୍ରମଣ କରିଥିଲେ ବୋଲି କହିଲେ କରଣଙ୍କ ଓକିଲ

0

ମୁମ୍ବାଇ : କିଛି ଦିନ ତଳେ ଧାରାବାହିକ ଅଭିନେତା କରଣ ଓବରଏଙ୍କ ଉପରେ ଅଭିନେତ୍ରୀ ଦୁଷ୍କର୍ମର ଆରୋପ ଆଣିଥିଲେ । ଯାହା ପରେ କରଣଙ୍କୁ ପୁଲିସ ଗିରଫ କରି ୧୪ଦିନ ରିମାଣ୍ଡରେ ନେଇଥିଲା । ଶନିବାର ଏହି ମାମଲାକୁ କେନ୍ଦ୍ର କରି ଆଉ ଏକ ଖବର ସାମ୍ନାକୁ ଆସିଥିଲା । ଅଭିଯୋଗ କରିଥିବା ପୀଡ଼ିତାଙ୍କ ଉପରେ ଦୁଇ ଜଣ ବାଇକ୍‌ ଆରୋହି ଆକ୍ରମଣ କରିବା ସହ ଏତଲା ଫେରାଇ ଆଣିବାକୁ ଧମକ ଦେଇଥିଲେ ବୋଲି ଜଣା ପଡ଼ିଥିଲା । ଏ ନେଇ ପୀଡ଼ିତା ମୁମ୍ବାଇ ପୁଲିସରେ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୋଗ ହେବା ପରେ ଏହାକୁ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି କରଣଙ୍କ ଓକିଲ ଦିନେଶ ତିଓ୍ଵାରୀ । ତାଙ୍କ କହିବା ଅନୁଯାୟୀ, କରଣଙ୍କ ଜାମିନକୁ ରୋକିବା ପାଇଁ ଅଭିନେତ୍ରୀଜଣଙ୍କ ଏଭଳି ଷଡ଼ଯନ୍ତ୍ର କରିଛନ୍ତି । କରଣଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇ ନାହିଁ ।

indiatimes.com

ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ଉପରେ ଦୁଇଜଣ ବାଇକ୍‌ ଆରୋହି ଛୁରିରେ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଏକ ଚିଠି ଫିଙ୍ଗିଥିଲେ । ଚିଠିରେ ଏତଲା ଫେରାଇ ଆଣିବାକୁ ଧମକ ଦିଆଯାଇଥିଲା । ତେବେ ପୁଲିସ ପଚାଉଚରା ଜାରି ରଖିବା ସହ ତଦନ୍ତକୁ ବଢ଼ାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.