ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ପାଇଁ ରାସ୍ତାକୁ ଓହ୍ଲାଇଲେ ଅଭିନେତା, ଚଳଚ୍ଚିତ୍ରରେ ନୁହେଁ ସତରେ ଟ୍ରାଫିକ୍‌ ପୁଲିସ୍‌ ସାଜିଲେ ଅକ୍ଷୟ

ମୁମ୍ବାଇ: ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ଅଭିନେତା ଅକ୍ଷୟ କୁମାର ନିଜେ ରାସ୍ତାକୁ ଓହ୍ଲେଇଛନ୍ତି। ସେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ସହ  ହାତ ମିଳାଇ ନିଜର ବଡ଼ପଣ ଦେଖାଇଛନ୍ତି। ‘ପ୍ୟାଡ୍‌ମ୍ୟାନ୍‌’ ଅଭିନେତା ଅକ୍ଷୟ ରବିବାର ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ଏକ ଫଟୋ ସେୟାର୍‌ କରିଛନ୍ତି। ସେହି ଫଟୋରେ ସେ କେତେ ଜଣ ଟ୍ରାଫିକ୍‌ ପୁଲିସଙ୍କ ସହ ନଜର ଆସିଛନ୍ତି। ଅକ୍ଷୟ ନିଜେ ମଧ୍ୟ ଟ୍ରାଫିକ୍‌ ପୁଲିସ୍‌ କନ୍‌ଷ୍ଟେବଲ୍‌ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛନ୍ତି। ସେ ଏହି ପୋଷ୍ଟ ଜରିଆରେ ସଡ଼କ ସୁରକ୍ଷାକୁ ନେଇ ନିଜର ଆଶା ପ୍ରକଟ କରିଛନ୍ତି।

କେବଳ ଅକ୍ଷୟ ନୁହଁନ୍ତି, ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏକ ଟୁଇଟ୍‌ ହୋଇଛି। ସେଥିରେ ଲେଖାଯାଇଛି ଯେ ସଡ଼କ ସୁରକ୍ଷା ସକାଶେ ମିଷ୍ଟର ଅକ୍ଷୟଙ୍କ ପ୍ରୟାସ ପ୍ରଶଂସନୀୟ। ‘ସଡ଼କ ସୁରକ୍ଷା ଜୀବନ ରକ୍ଷା’। ଚାଲନ୍ତୁ ଏଥର ଟ୍ରାଫିକ୍‌ ମାନି ଚଳିବା।

ଉଲ୍ଳେଖଯୋଗ୍ୟ, ଅକ୍ଷୟ ନିଜର ଚଳଚ୍ଚିତ୍ର ‘ଟଏଲେଟ’ ଓ ‘ପ୍ୟାଡ୍‌ମ୍ୟାନ୍‌’ ଜରିଆରେ ବହୁ ଲୋକପ୍ରିୟତା ସାଉଁଟି ସାରିଛନ୍ତି। ସେ ଆଗାମୀ ଅଗଷ୍ଟରେ ପୁଣି ଥରେ ବଡ଼ ପରଦାରେ ଦେଖିବାକୁ ମିଳିବେ। ଅକ୍ଷୟ ତାଙ୍କ ଅଭିନୀତ  ‘ଗୋଲଡ’ ଜରିଆରେ ଦର୍ଶକଙ୍କ ମନ ଜିଣିବେ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର