ବିବାହ ବାର୍ଷିକୀ ଅବସରରେ ଇନ୍ଷ୍ଟାରେ ପତ୍ନୀ ସୁନୀତାଙ୍କ ପାଇଁ ପ୍ରେମଭରା ପୋଷ୍ଟ କଲେ ଅନୀଲ କପୁର; ତୁମ ପାଇଁ ଆଜି ଏଠାରେ ମୁଁ ପହଞ୍ଚିଛି…….
ମୁମ୍ବାଇ : ରବିବାର ବଲିଉଡ୍ ଅଭିନେତା ଅନୀଲ କପୁର ନିଜ ପତ୍ନୀଙ୍କ ସହ ୩୫ତମ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ଦିନଟିକୁ ଅଧିକ ଖାସ୍ କରିବା ପାଇଁ ଅନୀଲ କପୁର ପତ୍ନୀ ସୁନୀତାଙ୍କ ସହ ଏକ ଫଟୋ ପୋଷ୍ଟ କରିବା ସହ ପ୍ରେମଭରା କଥା ଲେଖିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ସବୁଠାରୁ ଭଲ ଜିନିଷ ମୋ ସହ ଯଦି କିଛି ହୋଇଛି, ତାହା ହେଉଛ ତୁମେ……ଆମ ଜୀବନ ଏକା ସାଥୀରେ ଏକ ବଡ଼ ରୋମାଞ୍ଚକର ରହି ଆସିଛି । ତୁମେ ମୋର ଭଲପାଇବା ଥିଲ, ଅଛ ଏବଂ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରହିବ । ମୁଁ ଆଜି ଯାହା ବି ବନି ପାରିଛି, କେବଳ ତୁମ ଭଲ ପାଇବା ଏବଂ ସମର୍ଥନ ପାଇଁ ବନି ପାରିଛି । ୧୧ବର୍ଷ ଡେଟ୍ କରିବା ଏବଂ ୩୫ବର୍ଷର ବିବାହ ପାଇଁ ତୁମକୁ ଧନ୍ୟବାଦ୍! ବୋଲି ଲେଖିଥିଲେ ଅନୀଲ କପୁର । ତେବେ ଅନୀଲ କପୁରଙ୍କ ପରେ ସୁନୀତା ମଧ୍ୟ ସମାନ ଫଟୋ ସେୟାର କରି ନିଜ ମନ କଥା ଲେଖିଥିଲେ । ଏହା ସହ ସୋନମ କପୁର ମଧ୍ୟ ନିଜ ମାତା-ପିତାଙ୍କ ପୁରୁଣା ଫଟୋ ସେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଥିବା ଦେଖା ଯାଇଥିଲା ।