ଅର୍ନ୍ତଜାତୀୟ ଦେହବ୍ୟବସାୟ ର‍୍ୟାକେଟ୍‌ ଚଳାଇ ପୁଲିସ ହାତରେ ଧରା ପଡ଼ିଲେ ବଲିଉଡ୍‌ କୋରିଓଗ୍ରାଫ୍‌ର

ମୁମ୍ବାଇ : ଦେହ ବ୍ୟବସାୟ, ଡ୍ରଗ୍ସ ସେବନ ଏବଂ ମଦ୍ୟପାନରେ ଅଭ୍ୟସ୍ତ ଏମିତି ଅନେକ ବଲିଉଡ୍‌ ଷ୍ଟାର ଅଛନ୍ତି ଯେଉଁମାନଙ୍କ ବିଷୟରେ ଏବେ ବି ଲୋକମାନେ ଅଜ୍ଞାତ । ପରଦା ଉପରେ ବା ଲୋକମାନଙ୍କ ଆଗରେ ସେମାନେ ନିଜ ନିଜର ଏକ ଭିନ୍ନ ରୁପ ଦେଖାଉଥିବା ବେଳେ ପରଦା ପଛରେ ସେମାନଙ୍କୁ ଆଉ ଏକ ଭିନ୍ନ ରୁପରେ ଦେଖିବାକୁ ମିଳିଥାଏ । ପରଦା ପଛରେ ସବୁ କଳାକାରଙ୍କ ବ୍ୟକ୍ତିଗତ ଜୀବନରେ ଅନେକ କିଛି ଅକୁହା କଥା ରହିଥାଏ । ଯାହା ବିଷୟରେ କେହି ଜାଣି ପାରନ୍ତି ନାହିଁ । ପୂର୍ବରୁ ଅନେକ ବଡ଼ ବଡ଼ ବଲିଉଡ୍‌ ଷ୍ଟାରମାନଙ୍କୁ ନୃତ୍ୟ ଶିଖାଇଥିବା କୋରିଓଗ୍ରାଫର ଏଗ୍ନସ୍‌ ହେମିଲଟନ୍‌ଙ୍କୁ ପୁଲିସ ଗିରଫ କରିଥିବା ଜଣା ପଡ଼ିଛି । ସଲମାନଙ୍କ ଅଭିନୀତ ଫିଲ୍ମ ‘ଟ୍ୟୁବ୍‌ଲାଇଟ୍‌’ରେ ସେ କୋରିଓଗ୍ରାଫି କରିଥିବା ବେଳେ ଏବେ ତାଙ୍କ ବିରୋଧରେ ଅର୍ନ୍ତଜାତୀୟସ୍ତରରେ ଦେହବ୍ୟବସାୟ ର‍୍ୟାକେଟ୍‌ ଚଳାଉଥିବାର ଅଭିଯୋଗ ହୋଇଛି । ଅନ୍ଧେରୀରେ ଏକ ଡ଼୍ୟାନ୍ସ କ୍ଲାସ୍‌ ଚଳାଉଥିବା ଏଗ୍ନସ୍‌ ଏକ ଅର୍ନ୍ତଜାତୀୟ ଦେହବ୍ୟବସାୟ ର‍୍ୟାକେଟ୍‌ ଚଳାଉ ଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୁମ୍ବାଇ ପୁଲିସ ଏଗ୍ନସଙ୍କୁ ଗିରଫ କରିବା ପରେ ତାଙ୍କ ର‍୍ୟାକେଟ୍‌ର ଭାଣ୍ଡାଫୋଡ଼୍‍ ହୋଇଛି ।

indiatimes.com

ସୂଚନା ମୁତାବକ, ନାଚ ଏବଂ ଅଭିନୟ କରିବା ବାହାନାରେ ସେ ଯୁବତୀମାନଙ୍କୁ ଦେଶ ବାହାରକୁ ପଠାଉଥିବା ବେଳେ ସେଠାରେ ସେମାନଙ୍କୁ ଶରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରାଯାଉଥିଲା । ପ୍ରତି ଯୁବତୀ ପିଛା ସେ ୪୦ ହଜାର ଟଙ୍କା ଆୟ କରୁଥିଲେ ବୋଲି ଜଣାପଡ଼ିଛି । କେନିଆ ସରକାର ଏ ନେଇ ଜଣେ ଭାରତୀୟ ମହିଳାଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଏଗ୍ନସଙ୍କ ଅସଲ କାରବାର ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର