ବୁଦ୍ଧାଦିତ୍ୟଙ୍କ ହାତରୁ ଖସି ଯାଇଥିଲା ଏହି ଓଡ଼ିଆ ଛବି

ଆକାଶ ଦାସ ନାୟକଙ୍କର ପ୍ରଥମ ଓଡ଼ିଆ ଛବି ହେଲା ‘କଳିଙ୍ଗପୁତ୍ର’ । ତା’ପରେ ଆକାଶଙ୍କୁ ନୂଆ ସିନେମାର ଅଫର୍‌ ମିଳିଲା ଓ ସେ ମଧ୍ୟ ଆଗେଇ ଚାଲିଲେ।ଆକାଶ ଦାସ ନାୟକଙ୍କର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଓଡ଼ିଆ ଛବି ହେଲା ‘ଆଲୋ ମୋ’ର କଣ୍ଢେଇ’।ରବୀନ୍ଦ୍ର ମୋହନ ସାହୁଙ୍କ ନିବେଦିତ ତଥା ହିମାଂଶୁ ପରିଜା (ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଆକାଶଙ୍କୁ ଦମଦାର୍‌ ଚରିତ୍ରରେ ଦେଖିବାକୁ ମିଳିଥିଲା।

‘ଆଲୋ ମୋ’ର କଣ୍ଢେଇ’ସିନେମାରେ ଆକାଶଙ୍କର ଆକ୍‌ସନ୍‌,ରୋମାନ୍‌ସ ସାଙ୍ଗକୁ ଇମୋସନାଲ୍‌ ରୋଲ୍‌ ଦର୍ଶର୍କଙ୍କୁ ପସନ୍ଦ ଆସିଥିଲା। ବିଶେଷ କରି ଏଥିରେ ଆକାଶଙ୍କୁ ମାନସିକ ଭାରସାମ୍ୟ ହରାଇ ପାଗଳ ହୋଇଥିବା ବାପା ଭୂମିକାରେ ଦେଖି ଦର୍ଶକ ବିସ୍ମିତ ହୋଇଥିଲେ। କାରଣ ଆଗରୁ ତାଙ୍କୁ ଅନ୍ୟ କୌଣସି ସିନେମାରେ ସେଭଳି ଚରିତ୍ର ମିଳି ନଥିଲା। ‘ଆଲୋ ମୋ’ର କଣ୍ଢେଇ’ରେ ଆକାଶଙ୍କ ବ୍ୟତୀତ ପ୍ରିୟା,ଅର୍ଚ୍ଚିତା ଓ ସିଦ୍ଧାନ୍ତ ଥିଲେ ମୁଖ୍ୟ ଭୂମିକାରେ।

‘ଆଲୋ ମୋ’ର କଣ୍ଢେଇ’ପାଇଁ କିନ୍ତୁ ପ୍ରଥମ ପସନ୍ଦ ନଥିଲେ ଆକାଶ ଦାସ ନାୟକ। ଏହି ଭୂମିକା ନିର୍ଦ୍ଦେଶକ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ ଅଫର୍‌ ଦେଇଥିଲେ। ବୁଦ୍ଧାଦିତ୍ୟ ସେତେବେଳେ ମୁମ୍ବାଇରେ ରହୁଥିଲେ। କାହାଣୀ ଓ ନିଜର ଚରିତ୍ର ସଂପର୍କରେ ଶୁଣିବାପରେ ବୁଦ୍ଧାଦିତ୍ୟ ସବୁଜ ସଙ୍କେତ ଦେଇଥିଲେ।

ପରେ କିନ୍ତୁ ବୁଦ୍ଧାଦିତ୍ୟଙ୍କୁ ‘ଆଲୋ ମୋ’ର କଣ୍ଢେଇ’ରେ ନିଆଯାଇ ନ ଥିଲା। ସେହି ସମୟରେ ଓଲିଉଡରେ ଚର୍ଚ୍ଚା ହୋଇଥିଲା ଯେ,ବୁଦ୍ଧାଦିତ୍ୟ ସେହି ଫିଲ୍ମରେ କାମ କରିବା ପାଇଁ ଅଧିକ ପାରିଶ୍ରମିକ   ଦାବି କରିଥିଲେ,ଯାହା ଦେବାକୁ ପ୍ରଯୋଜନା ସଂସ୍ଥା ପ୍ରସ୍ତୁତ ନ ଥିଲେ। ଫଳତଃ ସିନେମାଟି ବୁଦ୍ଧାଦିତ୍ୟଙ୍କ ହାତରୁ ଖସି ଯାଇଥିଲା। ତା’ପରେ ଆକାଶଙ୍କୁ ମିଳିଥିଲା ‘ଆଲୋ ମୋ’ର କଣ୍ଢେଇ’।

ସମ୍ବନ୍ଧିତ ଖବର