ଦୀପିକା ପାଦୁକୋନକୁ ଏହି କୁକୁର ସହ ତୁଳନା କଲେ ଭଉଣୀ ଅନିଷା

ମୁମ୍ବାଇ: ଉଭଣୀ-ଭଉଣୀଙ୍କ ସ୍ନେହ ଅତୁଳନୀୟ। ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଭଉଣୀ ଅନିଷା ପାଦୁକୋନ ତାଙ୍କ ସ୍ନେହକୁ ସର୍ବସାଧାରଣରେ ଅନ୍ୟ ସମସ୍ତ ଭଉଣୀଙ୍କ ପରି ବୋଲି ଦର୍ଶାଇଛନ୍ତି। ଡିମ୍ପଲ ବିୟୁଟି ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ମେମୋ ସେୟାର୍‌ କରି ତାହାକୁ ତାଙ୍କ ଭୁଉଣୀ ତାଙ୍କ ନିକଟକୁ ପଠାଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

ମେମୋଟିରେ ଗେଟାଏ କୁକୁର ୨ଟି ଭିନ୍ନ ପୋଜ୍‌ରେ ଫଟୋ ଉଠାଇଛି। ଗୋଟାଏ ଫଟୋରେ ହସିଥିବା ବେଳେ ଅନ୍ୟଟିରେ ଚୁପ୍‌ ରହିଥିବା ଦେଖିବାକୁ ମିଳିଛି। ସେଥିରେ ଲେଖାଯାଇଛି ଯେ ମୋ ଭଉଣୀ ଘରେ ଥିବା ବେଳେ ଏବଂ ବାହାରେ ଥିବା ବେଳେ।

ଫଟୋଟିକୁ ଦୀପିକା ଇନ୍‌ଷ୍ଟାଗ୍ରାମରେ ଦେଇ ଲେଖିଛନ୍ତି କି ‘ଦିନଟା ଏକଦମ କଠିନ ପରିଶ୍ରମରେ ଗଲା ପରେ ମୋ ସାନ ଭଉଣୀ ଏହାକୁ ମୋତେ ପଠାଇଛି। ଲଭ୍‌ ୟୁ ଏପି(ଅନିଷା ପାଦୁକୋନ)।

ଦୀପିକା ଏବଂ ଅନିଷା ହେଉଛନ୍ତି ପ୍ରଖ୍ୟାତ ବ୍ୟାଡ୍‌ମିଣ୍ଟନ ଖେଳାଳୀ ପ୍ରକାଶ ପାଦୁକୋନ ଏବଂ ଉଜ୍ଜାଲାଙ୍କ ପୁତ୍ରୀ। ଏହି ଦୁଇ ଉଭଣୀଙ୍କୁ ଦେଖିଲେ ବିଶ୍ୱାସ ହୁଏ ଯେ ଭଉଣୀ-ଭଉଣୀଙ୍କ ସ୍ନେହ ସର୍ତ୍ତବିହୀନ।

ସମ୍ବନ୍ଧିତ ଖବର