ଦର୍ଶକଙ୍କ ପ୍ରଶଂସା ସାଉଣ୍ଟୁଛି ‘ଡୁ ୟୁ ଲଭ ମି’

ମୁମ୍ବାଇ: ରିଲିଜ ଅପେକ୍ଷାରେ ଆକ୍ସନ ଡ୍ରାମା ଫିଲ୍ମ ବାଗୀ ଥ୍ରୀ । ବାଗୀ ସିରିଜର ଏହି ୨ୟ ସିକ୍ୱେଲକୁ ନେଇ ବେଶ ଚର୍ଚ୍ଚା ଚାଲିଛି ।ଦୁଇ ଦିନ ତଳେ ଫିଲ୍ମର ନୂଆ ଗୀତ ଡୁ ୟୁ ଲଭ ମି ରିଲିଜ ହୋଇଥିଲା । ଯେଉଁଥିରେ ଦିଶା ପଟାନି ଓ ଟାଇଗର ସର୍ଫଙ୍କୁ ଏକାଠି ଦେଖିବାକୁ ମିଳିଥିଲା | ଏବେ ଏହି ଗୀତଟି ଦର୍ଶକଙ୍କୁ ଢେର ପସନ୍ଦ ଆସିଛି | ମାତ୍ର ଦୁଇ ଦିନରେ ଏହି ଗୀତକୁ ୧ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି | ଏହି ଗୀତରେ ନିକିତାଙ୍କ ସ୍ୱର ଶୁଣିବାକୁ ମିଳିଛି । ଗୀତକୁ ଲେଖିବା ସହ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ତନିସ୍କ ବାଗଚୀ ।


ଏହି ଗୀତ ଦିଶାଙ୍କ ଆଇଟମ ଡ୍ୟାନ୍ସକୁ ନେଇ ଦୃଶ୍ୟାୟନ ହୋଇଛି । ବାଗୀ ଟୁରେ ଟାଇଗରଙ୍କ ନାୟିକା ହୋଇଥିବା ଦିଶା ଏଥରକ ବାଗୀ ଥ୍ରୀ ପାଇଁ କାମିଓ ରୋଲରେ ଅଭିନୟ କରୁଛନ୍ତି । ଗୀତରେ ଦିଶାଙ୍କ ବୋଲ୍ଡ ଅନ୍ଦାଜକୁ ନେଇ ବେଶ ଚର୍ଚ୍ଚା ହେଉଛି । ଗୀତକୁ ଦର୍ଶକ ଯେତିକି ପସନ୍ଦ କରୁଛନ୍ତି ସେତିକି ଭାଇରାଲ ହେଉଛି ଦିଶାଙ୍କ ଏହି ନୂଆ ଅବତାର । ଟାଇଗର ସର୍ଫ,ରିତେଶ ଦେଶମୁଖ,ଶ୍ରଦ୍ଧା କପୁର ଓ ଅଙ୍କିତା ଲୋଖାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ଏଥିସହ ଟାଇଗରଙ୍କ ଜବରଦସ୍ତ ଆକ୍ସନ ଆଉ ସିକ୍ସପ୍ୟାକ୍ ବଡି ଦେଖିବାକୁ ମିଳିବ ଏହି ସିନେମାରେ । ବାଗୀ ଓ ବାଗୀ- ଟୁର ସଫଳତା ପରେ ନିର୍ମାତା ବାଗୀର ତୃତୀୟ ସଂସ୍କରଣ ଭେଟି ଦେବାକୁ ଯାଉଛନ୍ତି । ସାଜିଦ ନାଡିଆଡବାଲାଙ୍କ ପ୍ରଯୋଜନାରେ ଏହି ସିନେମାର ନିଦେ୍ର୍ଦଶନା ଭାର ତୁଲାଇଛନ୍ତି ଏହମ୍ମଦ ଖାନ । ଏହି ସିନେମାର ଆକର୍ଷଣ ସାଜିବ ଟାଇଗରଙ୍କ ଆକ୍ସନ । ମାର୍ଚ୍ଚ ୬ରେ ପରଦାକୁ ଆସିବ ଚଳଚ୍ଚିତ୍ର ବାଗି-ଥ୍ରୀ ।

ସମ୍ବନ୍ଧିତ ଖବର