ରିତିକ୍‌-କରଣଙ୍କ ପରେ ଏବେ ରଣବୀର କପୁରଙ୍କୁ ଟାର୍ଗେଟ କଲେ କଙ୍ଗନା, କହିଲେ; ଦେଶବାସୀଙ୍କ ଟଙ୍କାରେ ମର୍ସିଡିଜ୍‌ ଗାଡ଼ି ଚଢ଼ୁଛ, କିନ୍ତୁ…

ମୁମ୍ବାଇ : ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଏବଂ ଅଭିନେତା ରିିତିକ୍‌ ରୋଶନଙ୍କ ବିରୋଧରେ ବୟାନ ଦେବା ପରେ ଏବେ ଅଭିନେତା ରଣବୀର କପୁରଙ୍କୁ ଟାର୍ଗେଟ କରିଛନ୍ତି କଙ୍ଗନା ରାଣାଓ୍ଵତ୍‌ । ରଣବୀରଙ୍କୁ ଏକ ସାକ୍ଷାତକାରରେ ରାଜନୀତିକୁ ନେଇ ପଚରାଯାଇଥିବା ପ୍ରଶ୍ନ ଉପରେ ସେ ଯେଉଁ ଭଳି ଭାବରେ ନିଜର ଉତ୍ତର ରଖିଥିଲେ, ତାହାକୁ ନେଇ କଙ୍ଗନା ଏବେ ରଣବୀରଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନା ମୁତାବକ, ରଣବୀରଙ୍କୁ ରାଜନୀତି ବିଷୟରେ ପଚରାଯିବା ପରେ, ‘ମୁଁ ରାଜନୀତି ବିଷୟରେ କ’ଣ କହିବି? ଆମକୁ ଫିଲ୍ମ ବିଷୟରେ ପଚାର ଆମେ କହିବୁ । ଆମ ଘରକୁ ତ ବିଜୁଳି, ପାଣି ଆସୁଛି’ ବୋଲି କହିଥିଲେ ରଣବୀର ।

Latestly.com

ରଣବୀରଙ୍କ ଏଭଳି କଥା ଉପରେ ନିଜର ପ୍ରତିକ୍ରିୟା ରଖି, ‘ଆପଣ ଦେଶ ପାଇଁ ଅଛନ୍ତି । ଆପଣଙ୍କ ଘର ଏଇଠି । ଏ ସବୁ ଦେଶବାସୀମାନଙ୍କର ଟଙ୍କା ଯେଉଁ ଟଙ୍କାରେ ଆପଣ ମର୍ସିଡିଜ୍‌ ଗାଡ଼ି ଚଢ଼ୁଛନ୍ତି । ଏଭଳି କଥା ଆପଣ କିପରି କହି ପାରୁଛନ୍ତି । ନିଜ ସହ ଦେଶବାସୀଙ୍କ କଥା ବି ଭାବନ୍ତୁ। ଯେଉଁମାନଙ୍କୁ ବିଜୁଳି ଏବଂ ପାଣି ମିଳୁ ନାହିଁ, ସେମାନଙ୍କ ପାଇଁ ସ୍ୱର ଉଠାନ୍ତୁ” ବୋଲି କହିଥିଲେ କଙ୍ଗନା ।

ସମ୍ବନ୍ଧିତ ଖବର