ଏହି କାରଣରୁ ଅବିବାହିତ ରହି ଯାଇଛନ୍ତି କରଣ ଜୋହର

ମୁମ୍ବାଇ: ଆଜି ହେଉଛି ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ କରଣ ଜୋହରଙ୍କ ଜନ୍ମଦିନ। ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ ଏକ ଗୋପନୀୟ କଥା। ନିଜର ସାକ୍ଷାତାକାର କରିବାର ଶୈଳୀ ପାଇଁ ବେଶ୍‌ ପ୍ରସିଦ୍ଧ କରଣ ଜୋହର। ସେ ନିଜର ଟକ୍‌ ସୋ’ ‘କଫି ଉଇଥ୍‌ କରଣ୍‌’ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।
କୁଚ୍ଛ୍‍ କୁଚ୍ଛ୍‍ ହୋତା ହେ ଓ କଭି ଖୁସି କଭି ଗମ୍‌ ପରି ବ୍ଲକବଷ୍ଟର, ଏ ଦିଲ୍‌ ହେ ମୁସ୍କିଲ ଓ ମାଇଁ ନେମ୍‌ ଇଜ୍‌ ଖାନ୍‌ ଭଳି ହିଟ୍‌ ଫିଲ୍ମର ଏହି ନିର୍ଦ୍ଦେଶକ ଜଣକ ଆଜି ଯାଏଁ ଅବିବାହିତ। ହେଲେ ସେ ବି ଦିନେ ଜଣେ ବଲିଉଡ୍‌ ନାୟିକାଙ୍କ ପାଇଁ ପାଗଳ ଥିଲେ।

ଏହି ନାୟିକା ଜଣକ ହେଲେ ଟ୍ଵିଙ୍କିଲ୍‌ ଖାନ୍ନା। ବଲିଉଡର ପ୍ରଥମ ସୁପରଷ୍ଟାର୍‌ ରାଜେଶ ଖାନ୍ନା ଓ ଡିଂପଲ କାପାଡିଆଙ୍କ ବଡ଼ ଝିଅ ଟ୍ଵିଙ୍କିଲ ଖାନ୍ନାଙ୍କୁ ମନେ ମନେ ଭଲ ପାଉଥିଲେ କରଣ ଜୋହର୍‌। ଉଭୟ କରଣ ଓ ଟ୍ଵିଙ୍କିଲ୍‌ ଏକା ଆବାସିକ ବିଦ୍ୟାଳୟରେ ପାଠ ପଢୁଥିଲେ। ସେହି ସମୟରୁ ଟ୍ଵିଙ୍କିଲ ଖାନ୍ନାଙ୍କୁ ଭଲ ପାଉଥିଲେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର୍‌।
କରଣଙ୍କ ହୃଦୟକୁ ଭାଙ୍ଗି ଦେଇଥିଲେ ଟ୍ଵିଙ୍କିଲ୍‌। ବାସ୍ତବ ଜୀବନରେ ଟ୍ଵିଙ୍କିଲଙ୍କୁ ଜୀବନସାଥୀ ରୂପେ ନ ପାଇବା କାରଣରୁ କରଣ ଜୋହର୍‌ ଅବିବାହିତ ରହିଥିବା କଥା ଚର୍ଚ୍ଚା ହୁଏ।

photo-indiatoday

ତେଣେ ନିର୍ଦ୍ଦେଶକ ଭାବେ କରଣ ଜୋହର ଯେତେବେଳେ ତାଙ୍କର ପ୍ରଥମ ସିନେମା ‘କୁଛ୍‌ କୁଛ୍‌ ହୋତା ହେ’ ନିର୍ମାଣ କରିବାର ନିଷ୍ପତ୍ତି ନେଇଥିଲେ, ସେତେବେଳେ ସେଥିରେ ଟ୍ଵିଙ୍କିଲ ଖାନ୍ନାଙ୍କୁ ନେବାକୁ ଚାହୁଁଥିଲେ। ଏହି ଚଳଚ୍ଚିତ୍ରରେ କରଣ ଜୋହର୍‌ ଚାହୁଁଥିଲେ କାଜଲଙ୍କ ବ୍ୟତୀତ ଦ୍ୱିତୀୟ ନାୟିକା ଭୂମିକା କରନ୍ତୁ। ହେଲେ ଟ୍ଵିଙ୍କିଲ୍‌ ଖାନ୍ନା ସେହି ଭୂମିକା କରିବା ପାଇଁ ମନା କରି ଦେଇଥିଲେ। ଏହାପରେ କରଣ ଜୋହରଙ୍କ ମନ ଭାଙ୍ଗି ଯାଇଥିଲା।

ସମ୍ବନ୍ଧିତ ଖବର