ଏହି ବୟସ୍କ ଷ୍ଟାରଙ୍କ ସହ ରୋମାନସ୍‌ କରିବେ କ୍ରିତି ସାନନ୍‌

ମୁମ୍ବାଇ: ହଟ୍‌ ହିରୋଇନ୍‌ କ୍ରିତି ସାନନଙ୍କୁ ଏକ ବଡ଼ ଫିଲ୍ମ ମିଳିଥିବା କୁହାଯାଉଛି। ଏହା ହେଲା ‘ ହାଉସଫୁଲ୍‌ –୪’। ଏଥିରେ ତାଙ୍କର ହିରୋ ହେବେ ଅକ୍ଷୟ କୁମାର। ଏଥିରେ ପ୍ରଥମ ଥର ଲାଗି ଅକ୍ଷୟ-କ୍ରିତିଙ୍କ ଯୋଡିକୁ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାର ନିର୍ଦ୍ଦେଶକ ହେଲେ ସାଜିଦ୍‌ ଖାନ୍‌। ବଲିଉଡ୍‌ର ସାଜିଦ୍‌ ନାଡିଆଓ୍ଵାଲାଙ୍କ ପ୍ରଯୋଜିତ ତଥା ଶବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ହିଟ୍‌ ଫିଲ୍ମ ‘ ହିରୋପନ୍ତି’ ଜରିଆରେ ଡେବ୍ୟୁ କରିଥିଲେ ।ଏଥିରେ ତାଙ୍କର ବନିଥିଲେ ଜ୍ୟାକି ଶ୍ରଫ୍‌ଙ୍କ ପୁତ୍ର ଟାଇଗର୍‌ ଶ୍ରଫ । ‘ହିରୋପନ୍ତି’ର ସୁଟିଂ ସମୟରେ ଟାଇଗରଙ୍କ ସହ କ୍ରିତିଙ୍କର ଆଫେଆର୍‌ର ଚର୍ଚ୍ଚା ଆଦୌ ହୋଇ ନ ଥିଲା ।

ତା’ପରେ ସେ ବରୁଣ ଧଓ୍ଵନ୍‌ଙ୍କ ଅପୋଜିଟ୍‌ରେ ରୋହିତ ସେଟ୍ଟିଙ୍କ ମଲଟି ଷ୍ଟାର୍‌ର ଫିଲ୍ମ ‘ ଦିଲଓ୍ଵାଲେ’ ରେ କାମ କରିଥିଲେ । ସେତେବେଳେ ବି ବରୁଣଙ୍କ ସହ କ୍ରିତି ଆଦୌ ଅଫ୍‌ସ୍କ୍ରିନ୍‌ ରୋମାନ୍ସ କରି ନ ଥିଲେ । ଅପରପକ୍ଷରେ ସୁଶାନ୍ତ ସିଂ ରାଜପୁତ ଛୋଟ ପରଦାରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ସେହି ସମୟରେ ସେ ଟେଲି ତାରକା ଅଙ୍କିତା ଲୋଖଣ୍ଡେଙ୍କ ସହ ଲିଭ୍‌ ଇନ୍‌ ରିଲେସନରେ ଥିଲେ ହେଲେ ବଡ଼ ପରଦାରେ ହିରୋ ହେବାପରେ ଉଭୟଙ୍କ ଭିତରେ ଥିବା ପ୍ରେମ ସଂପର୍କ ତୁଟି ଯାଇଥିଲା। ଏହାପରେ ସୁଶାନ୍ତ କ୍ରିତିଙ୍କ ପ୍ରେମରେ ପଡ଼ିଥିଲେ।

photo-indiatvnews

ତେବେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ କ୍ରିତି ଛୁଟି ବିତାଇବା ଲାଗି ବିଦେଶକୁ ଯିବା ପରେ ଆଫେଆର ପ୍ରସଙ୍ଗଟା ପକ୍କା ବୋଲି ଧରି ନିଆଗଲା । ଏ ସଂପର୍କରେ ଆଦୌ କ୍ରିତି କେବେ ବି ମୁହଁ ଖୋଲୁ ନ ଥିଲେ । ହେଲେ ଏବେ ସେ ଏ ସଂପର୍କରେ ପ୍ରତିକ୍ରିୟା ରଖଥିଲେ ବେଶ କିଛି ଦିନପରେ । କ୍ରିତି କହିଥିଲେ ଯେ ବଲିଉଡ୍‌ରେ କୋ-ଷ୍ଟାର୍‌ଙ୍କ ସହ ଲିଙ୍କ ଅପ୍‌ର ଖବର ଦେହ ସୁହା ହୋଇ ଗଲାଣି । ଏହା ସେମାନଙ୍କର ପର୍ସନାଲ ବା ପ୍ରଫେସନାଲ ଲାଇଫ୍‌ ଉପରେ କିଛି ପ୍ରଭାବ ପକାଇବା ନାହିଁ ବୋଲି ମଧ୍ୟ କହିଥିଲେ । ସୁଶାନ୍ତଙ୍କ ସହ ତାଙ୍କର ସଂପର୍କ କ’ଣ ତାହା ନିଶ୍ଚିତ ରୂପେ ସମସ୍ତେ ଜାଣିବେ ବୋଲି କହିଛନ୍ତି କ୍ରିତି ।

ସମ୍ବନ୍ଧିତ ଖବର