ନିକ୍‌ଙ୍କ ସହ ନିଜ ଶୋଇବା ଘରେ ବସି ଏଭଳି ଫଟୋ ଛାଡ଼ିଲେ ପ୍ରିୟଙ୍କା, ଲୋକେ କହିଲେ;ଶୋଇବା ଘରେ ବି ଫଟୋଗ୍ରାଫର ରଖିଛ ନାଁ କ’ଣ?

ମୁମ୍ବାଇ : ଗତ ବର୍ଷ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଯୋଧପୁରରେ ନିଜ ପ୍ରେମିକ ନିକ୍‌ଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ବିବାହ ୨୦୧୮ର ସବୁଠାରୁ ଚର୍ଚ୍ଚିତ ବିବାହ ଥିଲା । ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଦୁହିଁଙ୍କ ହନିମୁନ୍‌ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏବେ କାଲିଫର୍ଣ୍ଣିଆରେ ଦୁହେଁ ଏକାନ୍ତରେ ସମୟ ବିତାଉଥିବା ଜଣାପଡ଼ିଛି । ଏହାର ଫଟୋ ସେ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ସେୟାର କରିଥିବା ଦେଖାଯାଇଛି । କିନ୍ତୁ ସେୟାର କରିଥିବା ଫଟୋ ପାଇଁ ଏବେ ସେ ଟ୍ରୋଲ ହୋଇଛନ୍ତି ।

 

View this post on Instagram

 

Home ?

A post shared by Priyanka Chopra Jonas (@priyankachopra) on

ସୂଚନା ମୁତାବକ, ପ୍ରିୟଙ୍କା ନିକ୍‌ଙ୍କ ସହ ଏକ ବ୍ୟକ୍ତିଗତ ଫଟୋ ସେୟାର କରିଥିଲେ । ଯେଉଁଥିରେ ପ୍ରିୟଙ୍କା ନିକ୍‌ଙ୍କ କାନ୍ଧରେ ମୁଣ୍ଡ ରଖି ଶୋଇଥିବା ବେଳେ ନିକ୍‌ ଟିଭି ଦେଖୁଥିବା ଦେଖା ଯାଇଛି । ଫଟୋ ସେୟାର କରି ପ୍ରିୟଙ୍କା କ୍ୟାପ୍‌ସନ୍‌ରେ ‘ହୋମ୍‌’ ବୋଲି ଲେଖିଛନ୍ତି । କିନ୍ତୁ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ପସନ୍ଦ ଆସି ନଥିବା ଦେଖା ଯାଇଛି । ଶୋଇବା ଘରେ ବି ଫଟୋଗ୍ରାଫର ରଖିଛ ନାଁ କ’ଣ? ଜଣେ ଏପରି କହିଥିବା ବେଳେ ଆଉ ଜଣେ ଏମାନେ ସବୁଆଡ଼େ ଫଟୋଗ୍ରାଫର ଧରି ବୁଲିଥାନ୍ତି ବୋଲି ଲେଖିଛନ୍ତି।

ସମ୍ବନ୍ଧିତ ଖବର