ହୋଟେଲରେ ବାସନ ମାଜୁଥିଲେ ଏହି ଅଭିନେତା, ଏବେ ବଲିଉଡ୍‌ରେ ତିଆରିଛନ୍ତି ନିଜର ସ୍ୱତନ୍ତ୍ର ପରିଚୟ

ମୁମ୍ବାଇ : ପୂର୍ବରୁ ଅନେକ କଳାକାର ସଫଳତାର ଶୀର୍ଷତା ହାସଲ କରିବା ପୂର୍ବରୁ ତାଙ୍କର ଜୀବନ କେମିତି ଥିଲା ତାହା ଆମେ ଆପଣଙ୍କୁ ଜଣାଇଥିଲୁ । ଏବେ ଆଉ ଜଣେ କଳାକାରଙ୍କ ନାମ ସାମ୍ନାକୁ ଆସିଛି । ଯିଏ ବଲିଉଡ୍‌ରେ ପାଦ ଦେବା ପୂର୍ବରୁ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ହୋଟେଲରେ ବାସନ ମାଜୁଥିଲେ । ହୋଟେଲରେ ବାସନ ମାଜୁଥିବା ଏହି ଅଭିନେତା ଆଜି ବଲିଉଡ୍‌ରେ ରଣଦୀପ୍‌ ହୁଡା ନାମରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

Highlights India

୨୦୦୧ରେ ରଣଦୀପ୍‌ ଫିଲ୍ମ ‘ମନ୍‌ସୁନ୍‌ େଓ୍ଵଡ଼ିଙ୍ଗ’ ଜରିଆରେ ନିଜର ଅଭିନୟର ଜୀବନ ଆରମ୍ଭ କରିଥିଲେ। ଏହା ପରେ ପରେ ରିସ୍କ, ଡ଼ରନା ମନା ହୈ,ଓ୍ଵାନ୍ସ ଅପନ ଏ ଟାଇମ୍‌ ଇନ ମୁମ୍ବାଇ,ଶାହିବ୍‌ ବିବି ଔର୍‌ ଗ୍ୟାଙ୍ଗଷ୍ଟର,ଜିସ୍‌ମ-୨,ମର୍ଡ଼ର-୩,ହାଇେଓ୍ଵ,ଲାଲ୍‌ ରଙ୍ଗ,ସରବ୍‌ଜିତ୍‌ ଏବଂ କିକ୍‌ ଭଳି ଫିଲ୍ମ କରି ନିଜର ଏକ ସ୍ୱତନ୍ତ୍ର ସ୍ଥାନ ବନାଇବାରେ ସଫଳ ହୋଇଛନ୍ତି । ଜନ୍ମ ପରେ ସେ ତାଙ୍କ ମା’-ବାପାଙ୍କ ସହ ନ ରହି ତାଙ୍କ ଆଈଙ୍କ ପାଖରେ ରହିବାକୁ ଲାଗିଥିଲେ । ଅଭିନୟ ପାଇଁ ସେ କଡ଼ା ପରିଶ୍ରମ କରିବା ପରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି ।

ସମ୍ବନ୍ଧିତ ଖବର