ଜେଲ୍‌ରେ ଥିବା ବେଳେ ହାଇଦ୍ରାବାଦର ମହାରାଜାଙ୍କ ନାତୁଣୀଙ୍କୁ ପ୍ରେମ କରୁଥିଲେ ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଆଜି ତାଙ୍କର ଜନ୍ମଦିନ ମନାଉଛନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନର ଏକ ବଡ଼ ଅଧ୍ୟାୟ । ୧୯୮୭ ମସିହାରେ ଅଭିନେତା ସଞ୍ଜୟ ଦତ୍ତଙ୍କ ରିଚା ଶର୍ମାଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ ୧୯୯୬ରେ ରିଚାଙ୍କର କର୍କଟ ରୋଗରେ ଦେହାନ୍ତ ହୋଇଥିଲା । ରିଚା ଚିକିତ୍ସିତ ହେବା ସମୟରେ ମଡେଲ୍‌ ରୀୟା ପିଲ୍ଲାଇଙ୍କ ସହିତ ସଞ୍ଜୟ ଦତ୍ତଙ୍କର ପ୍ରେମ ସଂପର୍କ ଗଢି ଉଠିଥିଲା ।

ଏହାପରେ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଂଜୟ ଦତ୍ତ ଜେଲ୍‌ ଯିବାକୁ ପଡିଥିଲା । ସେତେବେଳେ ରୀୟା ପିଲ୍ଲାଇ ହିଁ ସଞ୍ଜୟଙ୍କ ସାଥ୍‌ ଦେଇଥିଲେ । ଏକଥାକୁ ସଂଜୟ ବି ସ୍ୱୀକାର କରିଥିଲେ। ଜେଲରେ ବି ରୀୟା ସଂଜୟଙ୍କୁ ଭେଟିବାକୁ ଯାଉଥିଲେ। ରୀୟା ହେଉଛନ୍ତି ହାଇଦ୍ରାବାଦର ମହାରାଜା ଧନରାଜଗର ଜ୍ଞାନବାହାଦୂରଙ୍କ ନାତୁଣୀ।

୧୯୯୮ରେ ସଞ୍ଜୟ ଦତ୍ତଙ୍କୁ ରୀୟା ପିଲ୍ଲାଇ ବିବାହ କରିଥିଲେ । ଦୁହେଁ ସାଇବାବା ମନ୍ଦିରକୁ ଯାଇ ବାହା ହୋଇଥିଲେ। ଏହା ସଞ୍ଜୟଙ୍କର ଦ୍ୱିତୀୟ ବିବାହ ଓ ରୀୟାଙ୍କର ପ୍ରଥମ ବାହାଘର ଥିଲା । କିନ୍ତୁ ୨୦୦୨ରେ ଉଭୟଙ୍କ ମଧ୍ୟରେ ସଂପର୍କ ଛିନ୍ନ ହେଲା । ଏହାପରେ ରୀୟା ଟେନିସ ତାରକା ଲିଆଣ୍ଡର ପେସ୍‌ଙ୍କ ସହ ପ୍ରେମ ସଂପର୍କ ହୋଡ଼ିଲେ ।

ବେଶ୍‌ କିଛି ଦିନ ଡେଟିଂ ପରେ ଉଭୟେ ଲିଭ୍‌ ଇନ୍‌ ରିଲେସନସିପ୍‌ରେ ରହିବାର ନିଷ୍ପତ୍ତି ନେଇଥିଲେ । ୨୦୦୬ରେ ଲିଆଣ୍ଡର ଓ ରୀୟାଙ୍କ ଝିଅ ଆୟନାଙ୍କର ଜନ୍ମ ହୋଇଥିଲା । ୮ ବର୍ଷ ପରେ ଏ ଦୁହେଁ ପରସ୍ପରଠୁଁ ଅଲଗା ହୋଇଥିଲେ । ସଞ୍ଜୟ ଦତ୍ତ ଏବେ ମାନ୍ୟତାଙ୍କୁ ବିବାହ କରି ସୁଖୀ ଜୀବନ ବିତାଉଛନ୍ତି , ହେଲେ ରୀୟା ନିଃସଙ୍ଗ ହୋଇ ଦୁଃଖୀ ଜୀବନ ଜୀଉଁଛନ୍ତି ।

ସମ୍ବନ୍ଧିତ ଖବର