ଇନ୍‌ଷ୍ଟାରେ ଏହି ୩ ବଲିଉଡ୍‌ କଳାକାରଙ୍କ ପ୍ରୋଫାଇଲ ଉପରେ ଲୁଚି ଲୁଚି ନଜର ରଖନ୍ତି ସାରା, ସାକ୍ଷାତକାରରେ କଲେ ଖୁଲାସା

ମୁମ୍ବାଇ : ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ୍‌ରେ ପାଦ ରଖିବା ପରେ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ । କେଦାରନାଥ ପରେ ସାରାଙ୍କ ଆଉ ଏକ ଫିଲ୍ମ ‘ସିମ୍ବା’ ରିଲିଜ୍‌ ହୋଇଥିଲା । ଦୁଇଟି ଯାକ ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ସାରାଙ୍କ ଅଭିନୟକୁ ପ୍ରଶଂସା କରାଯାଇଥିଲା । ତେବେ ନିଜ ଅଭିନୟ ପାଇଁ ସେ ପ୍ରଥମେ ଚର୍ଚ୍ଚାରେ ରହିଥିବା ବେଳେ ଏବେ ନିଜ ବ୍ୟକ୍ତିଗତ କଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ଫିଲ୍ମଫେୟାରକୁ ସାକ୍ଷାତକାର ଦେଇ ସେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଖୁଲାସା କରିଛନ୍ତି । ଅଭିନେତା କାର୍ତ୍ତିକ ଆର୍ୟ୍ୟନଙ୍କୁ ସେ କ୍ୟୁଟ୍‌ ବୋଲି କହିବା ସହ କେଉଁ ୩ ଜଣ ବଲିଉଡ୍‌ କଳାକାରଙ୍କୁ ସେ ଇନ୍‌ଷ୍ଟାରେ ଲୁଚି ଲୁଚି ଦେଖନ୍ତି ସେ ବିଷୟରେ ଜଣାଇଛନ୍ତି । ଇନ୍‌ଷ୍ଟା ଖୋଲିବା ପରେ ସେ ଅଭିନେତା ବରୁଣ ଧଓ୍ଵନ, ରଣବୀର ସିଂହ ଏବଂ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପ୍ରୋଫାଇଲ ଚେକ୍‌ କରିବା କଥା କହିଛନ୍ତି । କମ ସମୟ ବ୍ୟବଧାନରେ ସେ ଦର୍ଶକଙ୍କ ମନ କିଣି ନେଇଥିବା ବେଳେ ତାଙ୍କର ଏଭଳି ଖୁଲାସା ଚର୍ଚ୍ଚାର ବିଷୟ ପାଲଟିଛି । ମିଡିଆରେ ଜାହ୍ନବୀ ଏବଂ ସାରାଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲୁଥିବା କଥା ନେଇ ଚର୍ଚ୍ଚା ହେଉଥିବା ବେଳେ ସାରା ଜାହ୍ନବୀଙ୍କ ପ୍ରୋଫାଇଲ ଚେକ୍‌ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସମ୍ବନ୍ଧିତ ଖବର