ଏହି ବୟସ୍କ ଅଭିନେତାଙ୍କ ସହିତ ଅନ୍‌ସ୍କ୍ରିନ୍‌ ରୋମାନ୍‌ସ କରିଥିଲେ ଶୀତଲ୍‌ !

ଓଲିଉଡ଼୍‍ରେ ଏମିତି କିଛି ନାୟିକା ଅଛନ୍ତି,ଯେଉଁମାନେ ତାଙ୍କଠୁଁ ଉଭୟ ବୟସ ଓ କ୍ୟାରିଅର୍‌ରେ ଢ଼େର୍‌ ସିନିଅର୍‌ କଳାକାରଙ୍କ ସହିତ ଅନ୍‌ସ୍କ୍ରିନ୍‌ ରୋମାନ୍‌ସ କରିଛନ୍ତି। ଏମିତି ଜଣେ ନାୟିକା ହେଲେ ଶୀତଲ୍‌।
ଶୀତଲ୍‌ ଯେତେବେଳେ ସ୍କୁଲରେ ପଢ଼ୁଥିଲେ ,ସେତେବେଳ ତାଙ୍କୁ ମିଳିଥିଲା ପ୍ରଥମ ସିନେମାର ଅଫର୍‌।ଏଥିରେ ପୁଣି ତାଙ୍କୁ ମିଳିଥିଲା ଫିମେଲ୍‌ ଲିଡ଼୍‍ ରୋଲ୍‌।‘ଯିଏ ଯାହା କହୁ ମୋ’ର ଢ଼ୋ’।ସନ୍ଦୀପ ରାଉତରାୟ ଥିଲେ ଏହାର ପ୍ରଯୋଜକ ଓ ଏହାର ନିର୍ଦ୍ଦେଶକ ହୋଇଥିଲେ ମୃତ୍ୟୁଞ୍ଜୟ ସାହୁ (ବାପି)।
‘ଯିଏ ଯାହା କହୁ ମୋ’ର ଢ଼ୋ’ ସିନେମାରେ ଶୀତଲ୍‌ ବୟସ୍କ ଅଭିନେତାଙ୍କ ସହିତ ରୋମାନ୍‌ସ କରିଥିଲେ। ଏହି ଅଭିନେତାଜଣକ ହେଲେ ଦିବଙ୍ଗତ ମୀନକେତନ। ଫିଲ୍ମର କାହାଣୀ ବି ଥିଲା ସେପରି। ଏହାର କାହାଣୀ ହେଲା-ମୀନକେତନ ଜଣେ ଧନାଢ଼୍ୟ ବ୍ୟକ୍ତି,ଯିଏ ଅବିବାହିତା। ତାଙ୍କର ଯୁବତୀମାନଙ୍କ ଉପରେ ଭଲ ଧାରଣା ନାହିଁ। ଏଣୁ ସେ ଏକ ଜରି ଗୋଟାଉଥିବା ନାବାଳିକାକୁ ନିଜ ଘରେ ଆଣି ରଖନ୍ତି। ଏହାପରେ ତା’ର ଲାଳନ ପାଳନ କରିଥିଲେ। ଯୁବତୀ ହେବାପରେ ଶୀତଲ୍‌ଙ୍କୁ ବାହା ହେବା ପାଇଁ ଚାହାଁନ୍ତି ମୀନକେତନ। ଏଥିପାଇଁ ଫିଲ୍ମର କେତେକ ଦୃଶ୍ୟରେ ରଙ୍ଗୀଲା ମୀନକେତନଙ୍କ ସହିତ ଶୀତଲ୍‌ଙ୍କର ରୋମାନ୍‌ସ ଦେଖିବାକୁ ମିଳିଥିଲା।


ତେବେ ଏହି ସିନେମାରେ ବାବୁସାନ୍‌ ଥିଲେ ଶୀତଲ୍‌ଙ୍କ୍‌ର ନାୟକ। ଏହା ବାବୁସାନ୍‌-ଶୀତଲ୍‌ ଯୋଡ଼ିଙ୍କର ପ୍ରଥମ ସିନେମା। ‘ଯିଏ ଯାହା କହୁ ମୋ’ର ଢ଼ୋ’ର ସଙ୍ଗୀତକାର ଥିଲେ ଅଭିଜିତ ମଜୁମଜାର ଓ ସଂଳାପକାର ଡ଼ ନିର୍ମଳ ନାୟକ। ଏହା ବକ୍ସ ଅଫିସ୍‌ରେ ସୁପରହିଟ୍‌ ହୋଇଥିଲା।

ସମ୍ବନ୍ଧିତ ଖବର