ୟୁଟ୍ୟୁବ୍‌ରୁ ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର ଉଭାନ, ଅଭିଯୋଗ ଆଣିଲେ ଅନୁପମ ଖେର

ମୁମ୍ବାଇ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର ଲଞ୍ଚ ହୋଇ ବିବାଦ ଉପୁଜିବା ପରେ ଏହାକୁ ଏବେ ୟୁଟ୍ୟୁବ୍‌ରୁ ହଟାଇ ଦିଆଯାଇଛି। ଏହାକୁ ନେଇ ଅଭିଯୋଗ ଆଣିଛନ୍ତି ମନମୋହନ ସିଂଙ୍କ ଭୂୂମିକାରେ ଅବତୀର୍ଣ୍ଣ ହୋଇଥିବା ଅଭିନେତା ଅନୁପମ୍‌ ଖେର୍‌।

ଅନୁପମ୍‌ ମାଇକ୍ରୋବ୍ଲଗିଂ ସାଇଟ୍‌ ଟୁଇଟର୍‌ରେ ୟୁଟ୍ୟୁବ୍‌ ହାଇଡ୍‌ କରିଥିବା ଟ୍ରେଲର ଫଟୋ ଦେଇ ଲେଖିଛନ୍ତି, ‘ପ୍ରିୟ ୟୁଟ୍ୟୁବ୍‌। ମୁଁ ମେେସେଜ ଆଉ କଲ୍‌ ପାଇବାରେ ଲାଗିଛି ଯେ ଆମ ଦେଶରେ ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲର ସର୍ଚ କଲେ ଏହା ଦେଖାଉ ନାହିଁ ନଚେତ ୫୦ତମ ସ୍ଥାନରେ ଦୃଶ୍ୟମାନ ହେଉଛି। ଗତକାଲି ଆମେ ୧ ନମ୍ବର ଟ୍ରେଣ୍ଡ୍‌ରେ ରହିଥିଲୁ। ଦୟାକରି ସାହାଯ୍ୟ କର।’ ଏପରି ଲେଖି ସେ ଶେଷରେ ୟୁଟ୍ୟୁବ୍‌ରେ ଦିଆଯାଇଥିବା ‘ଦ ଆକ୍‌ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ର ଟ୍ରେଲରର ଲିଙ୍କ୍‌କୁ ସେୟାର୍‌ କରିଛନ୍ତି ଅନୁପମ।

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟି ଆଗାମୀ ୧୧ ତାରିଖରେ ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ଦୃଶ୍ୟମାନ ହେବ ବୋଲି ସୂଚନା ରହିଛି। ଏହାର ପ୍ରଦର୍ଶନ ନେଇ କଂଗ୍ରେସ ବିରୋଧ କରିଥିବା ବେଳେ ଏହାକୁ ସମସ୍ତେ ନିଶ୍ଚୟ ଦେଖନ୍ତୁ ବୋଲି ବିଜେପି ପରାମର୍ଶ ଦେଇଛି। ଚଳଚ୍ଚିତ୍ରଟି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ୧୦ ବର୍ଷର ରାଜନୈତକ ଜୀବନ ସଂପର୍କରେ କରାଯାଇଛି ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର