କନ୍ନଡ଼ ସିନେମାର ଅନେକ ଅଭିନେତା-ନିର୍ମାତାଙ୍କ ଘରେ ଆୟକର ବିଭାଗର ଚଢ଼ଉ, କେ.ଜି.ଏଫ୍‌ର ହିରୋ ୟଶ ବି ଅଛନ୍ତି ସାମିଲ

ବେଙ୍ଗାଲୁରୁ : ଡ଼ିସେମ୍ବର ୨୧ରେ ରିଲିଜ୍‌ ହୋଇଥିଲା ଫିଲ୍ମ କେଜିଏଫ୍‌ । ଯାହା ବକ୍ସ ଅଫିସରେ ଧମାକା କରିବା ସହ ଫିଲ୍ମ ଜିରୋକୁ ପଛରେ ପକାଇଥିଲା । ଏହି ଫିଲ୍ମ ଅଭିନେତା ୟଶଙ୍କୁ ବଡ଼ ସଫଳତା ଦେଇଥିବା ବେଳେ ଏବେ ତାଙ୍କୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି । ଫିଲ୍ମ ସୁପରହିଟ୍‌ ହୋଇଥିବା ବେଳେ ୟଶଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିବା ଜଣା ପଡ଼ିଛି । ଫିଲ୍ମଟି ଭଲ ବ୍ୟବସାୟ କରିବା ପରେ ଏପରି ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ସେ ନୁହନ୍ତି, ଅନେକ କନ୍ନଡ଼ ଅଭିନେତା ଏବଂ ନିର୍ମାତାଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିବା ଜଣା ପଡ଼ିଛି । ଏପରି ହଠାତ୍‌ ଚଢ଼ଉ କରିବା ପଛର କାରଣ ଜଣା ପଡ଼ି ନଥିବା ବେଳେ କଳାଧନ ଥିବା ସନ୍ଦେହରେ ଏହି ଚଢ଼ଉ କରାଯାଇଥିବା ଚର୍ଚ୍ଚା ହେଉଛି । ୟଶଙ୍କ ବ୍ୟତୀତ କିଚ୍ଚା ସୁଦୀପ୍‌, ଶିବରାଜ କୁମାର, ପୁନୀତ୍‌ ରାଜକୁମାରଙ୍କ ଘରେ ମଧ୍ୟ ଆୟକର ବିଭାଗ ଚଢ଼ଉ କରିଥିବା ଜଣା ପଡ଼ିଛି ।

Deccan Chronicle

ସୂଚନା ମୁତାବକ, ଗୁରୁବାର ସକାଳ ସମୟରେ ଆୟକର ବିଭାଗର ଅଧିକାରୀମାନେ ସେଲିବ୍ରିଟିଙ୍କ ଘର ଉପରେ ଚଢ଼ଉ କରିଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଚଢ଼ଉର ପ୍ରକୃତ କାରଣ ଜଣା ପଡ଼ି ପାରି ନାହିଁ । ଆୟକର ବିଭାଗର ଅଧିକାରୀମାନେ ୟଶଙ୍କ ଘର ଏବଂ ଅଫିସରେ ଛାପା ମାରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର