ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ବାହାଘରରେ ନିମନ୍ତ୍ରିତ ସ୍ୱତନ୍ତ୍ର ଅତିଥି ହେଉଛନ୍ତି ଏହି ତିନି ବ୍ୟକ୍ତି

ମୁମ୍ବାଇ:ଡିସେମ୍ବର ୧୨ତାରିଖରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ହେବ ବୋଲି କୁହାଯାଉଛି।ଏଥି ପାଇଁ କୋହଲି ଓ ଅନୁଷ୍କା ସେମାନଙ୍କର ପରିବାର ସହିତ ଇଟାଲି ପାଇଁ ଗସ୍ତ କରି ସାରିଛନ୍ତି। ହେଲେ ଆପଣ ଜାଣନ୍ତିକି ଏହି ବିବାହ ଉତ୍ସବରେ ଯୋଗ ଦେବାପାଇଁ ମାତ୍ର ତିନିଜଣ ସ୍ୱତନ୍ତ୍ର ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି ଯେଉଁମାନେ ଇଟାଲିରେ ପହଞ୍ଚୁଥିବାର ଚର୍ଚ୍ଚା ହେଉଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଏହି ତିନିଜଣ କିଏ?

photo- amarujala

ସେହି ତିନି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ହେଲେ ମାଷ୍ଟର ବ୍ଲାଷ୍ଟର୍‌ ସଚିନ ତେନ୍ଦୁଲକର୍‌, ଜଣାଶୁଣା କ୍ରିକେଟର ଯୁବରାଜ ସିଂହ ଏବଂ ବିରାଟଙ୍କ କୋଚ ରାଜକୁମାର ଶର୍ମା । ତେବେ ଏସଂପର୍କରେ ସଚିନ ବା ଯୁବରାଜଙ୍କର ପ୍ରତିକ୍ରିୟା ମିଳି ନାହିଁ। କିନ୍ତୁ ବିରାଟଙ୍କ କୋଚ ରାଜକୁମାର ଶର୍ମା(ଦିଲ୍ଲୀ ୨୩ ବର୍ଷରୁ କମ୍‌ କ୍ରିକେଟ କୋଚ), ଛୁଟି ପାଇଁ ଆବେଦନ କରିଛନ୍ତି। ସେ ବିରାଟଙ୍କ ବିବାହ ପାଇଁ ଛୁଟି ନେଇଛନ୍ତି। ଛୁଟିର କାରଣ ବିଷୟରେ ତାଙ୍କୁ ଯେତେବେଳ ପଚରାଯାଇଥିଲା, ସେ କହିଛନ୍ତି ଭଣଜାର ବାହାଘର। ଏବେ ଦେଖିବା କଥା ଏହି ତିନିଜଣ କେବେ ସେଠାରେ ପହଞ୍ଚୁଛନ୍ତି ।

ସମ୍ବନ୍ଧିତ ଖବର