‘ସଞ୍ଜୁ’ ଫିଲ୍ମକୁ ନେଇ ପୁଣି ଚର୍ଚ୍ଚା, ପରଦା ଉପରେ ସଞ୍ଜୟ ଦତ୍ତଙ୍କ ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଚେଷ୍ଟା କରାଯାଇଛି ବୋଲି ଲଗା ଯାଇଥିବା ଆରୋପକୁ ନେଇ ମୁହଁ ଖୋଲିଲେ ହିରାନୀ
ମୁମ୍ବାଇ: ସିନେମା ଘର ମଧ୍ୟରୁ ଫିଲ୍ମ ‘ସଞ୍ଜୁ’ ବାହାରି ସାରିଥିବା ବେଳେ ‘ସଞ୍ଜୁ’କୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଏ ପର୍ଯ୍ୟନ୍ତ ଥମିବାର ନାଁ ନେଉ ନାହିଁ । ଫିଲ୍ମରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ଅଭିନେତା ସଞ୍ଜୟ ଦତ୍ତଙ୍କ ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଚେଷ୍ଟା କରିବା ସହ ଅନେକ କଥା ଦେଖାଇ ନଥିବା ଅଭିଯୋଗ ହୋଇଥିଲା । ଯାହାର ଉତ୍ତର ଏବେ ରଖିଛନ୍ତି ହିରାନୀ । କିଛି ଦିନ ପୂର୍ବରୁ ‘ସଞ୍ଜୁ’ର ଦ୍ୱିତୀୟ ଭାଗ ତିଆରି ହେବ ବୋଲି ଖବର ଆସିଥିବା ବେଳେ ଭାବମୂର୍ତ୍ତିକୁ ସୁଧାରିବା କଥାକୁ ନେଇ ମୁହଁ ଖୋଲିଛନ୍ତି ହିରାନୀ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଫିଲ୍ମକୁ ଇଣ୍ଟରନ୍ୟାସ୍ନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ମେଲବର୍ଣ୍ଣରେ ପ୍ରଦର୍ଶିତ କରାଯାଇଥିବା ବେଳେ ହିରାନୀଙ୍କୁ ଆଇଏଏନ୍ଏସ୍ ତରଫରୁ ଭାବମୂର୍ତ୍ତି ସୁଧାରିବା କଥାକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ରଖିବାକୁ ଯାଇ “କିଛି ଲୋକ ମିଥ୍ୟା ଆରୋପ ଲଗାଇଛନ୍ତି । ଫିଲ୍ମ ଦେଖିବା ପରେ ଆପଣମାନେ ଜାଣି ପାରିବେ ସଞ୍ଜୟଙ୍କ ଜୀବନର କେତେ ସତ ଆମେ ଦେଖାଇଛୁ । ତାଙ୍କ ପାଖରେ ବନ୍ଧୁକ ଥିଲା, ସେ ଡ଼୍ରଗ୍ସ ନେଉଥିଲେ ଏବଂ ତାଙ୍କୁ ୫ବର୍ଷ ଜେଲ ଦଣ୍ଡ ହୋଇଥିଲା । ସେ ସବୁ ବିଷୟରେ ଆମେ ଦେଖାଇଛୁ । ଯାହା ସେ ଭୁଲ କରିଥିଲେ ଏବଂ ଦଣ୍ଡ ପାଇଥିଲେ ସବୁ ଆମେ ଦେଖାଇଛୁ । ଯଦି ଭାବମୂର୍ତ୍ତି ସୁଧାରିବାର ଥାନ୍ତା ତେବେ ଆମେ କେବେ ହେଲେ ସେ ସବୁ ଦେଖା ନଥାନ୍ତୁ” ବୋଲି ସେ କହିଥିଲେ ।