ଅମିତାଭ ବଚ୍ଚନଙ୍କୁ ଶାହାରୁଖ୍ଙ୍କ ପ୍ରଶ୍ନ : ଷ୍ଟେଜ୍କୁ ଯିବା ପୂର୍ବରୁ ଆପଣ କେଉଁ କାମ ଆଗ କରନ୍ତି? ମିଳିଲା ଏଭଳି ଉତ୍ତର…
ମୁମ୍ବାଇ : ‘ବୀର-ଜାରା’, ‘ମୋହବତେଁ’,‘କଭି ଖୁସି କଭି ଗମ୍’ ଭଳି ଫିଲ୍ମରେ ସାଥିରେ ନଜର ଆସିଥିଲେ ଅଭିନେତା ଶାହାରୁଖ୍ ଖାନ୍ ଏବଂ ବିଗ୍ ବି ଅମିତାଭ ବଚ୍ଚନ । କିନ୍ତୁ କିଛି ବର୍ଷ ହେଲାଣି ଦୁହେଁ ସାଥିରେ ପରଦାକୁ ଆସି ନାହାନ୍ତି । ଦୁହିଁଙ୍କ ଅଭିନୀତ କୌଣସି ଫିଲ୍ମ ରିଲିଜ୍ ହୋଇ ନାହିଁ । ଫିଲ୍ମ ନ କରିଲେ ମଧ୍ୟ ଶାହାରୁଖ୍ ସବୁ ବେଳେ ବିଗ୍ ବିଙ୍କଠାରୁ ଉପଦେଶ ନେଇଥାନ୍ତି । ଥରେ ଶାହାରୁଖ୍ଙ୍କୁ ଉପଦେଶ ଦେବାକୁ ଯାଇ ତାଙ୍କୁ ପ୍ୟାଣ୍ଟର ଜିପ୍ ଚେକ୍ କରିବା ପାଇଁ କହିଥିଲେ ବିଗ୍ ବି।

ଶାହାରୁଖ୍ଙ୍କ କହିବା ଅନୁଯାୟୀ, ମୁଁ ବିଗ୍ ବିଙ୍କ ସହ ଅନେକ ସମୟରେ ଷ୍ଟେଜ୍ ପଛରେ କଥା ହୋଇଥାଏ । ଥରେ ମୁଁ ତାଙ୍କୁ ପଚାରିଲି,ଷ୍ଟେଜ୍ ଉପରକୁ ଯିବା ପୂର୍ବରୁ କ’ଣ କରନ୍ତି?ଆପଣଙ୍କ ମନରେ ପ୍ରଥମେ କ’ଣ ଆସିଥାଏ? ମୋ ପ୍ରଶ୍ନର ଉତ୍ତର ରଖି, ମୁଁ ଷ୍ଟେଜ୍ ଉପରକୁ ଯିବା ପୂର୍ବରୁ ପ୍ୟାଣ୍ଟର ଜିପ୍ ଚେକ୍ କରିଥାଏ ବୋଲି କହିଥିଲେ ବିଗ୍ ବି ।