ମୋଦି ଓ ଅନୀଲ ଅମ୍ବାନୀଙ୍କ ଉପରେ ବର୍ଷିଲେ ରାହୁଲ: ଏମାନେ ଭାରତୀୟ ସୁରକ୍ଷା ବଳ ଉପରେ ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କରିଛନ୍ତି

ନୂଆଦିଲ୍ଲୀ: କଂଗେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ରାଫେଲ୍‌ ବିମାନ ପ୍ରସଙ୍ଗରେ ଗର୍ଜିଛନ୍ତି। ଫ୍ରାନ୍ସ ସହ ରାଫେଲ୍‌ ଚୁକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଦେଶ ସହ ପ୍ରତାରଣା କରିଛନ୍ତି ବୋଲି ରାହୁଲ ଅଭିଯୋଗ ଆଣିଛନ୍ତି। ରାହୁଲ ଗାନ୍ଧୀ ଆହୁରି ବି କହିଛନ୍ତି କି ପ୍ରଧାନମନ୍ତ୍ରୀ ମୋଦି ଓ ରିଲାୟନ୍ସ ଡିଫେନ୍ସର କମ୍ପାନିର ମାଲିକ ଅନୀଲ ଅମ୍ବାନୀ ମିଳିତ ଭାବେ ଭାରତୀୟ ସୁରକ୍ଷା ବଳ ଉପରେ ଏକ ଶହ ତିରିଶି ହଜାର କୋଟି ଟଙ୍କାର ‘ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ କରିଛନ୍ତି।

ରାହୁଲି ମୋଦିଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯେ ‘ମୋଦି ଜୀ, ଆପଣ ଆମ ଦେଶର ସହିଦ ଯବାନଙ୍କ ରକ୍ତକୁ ଅସମ୍ମାନିତ କରିଛନ୍ତି। ଆପଣଙ୍କୁ ଟିକେ ଲାଜ ଲଗିବା କଥା।’

ରାହୁଲ ଗାନ୍ଧୀ ଉଭୟ ମୋଦି ଓ ଅନୀଲ ଅମ୍ବାନୀଙ୍କୁ ଟାର୍ଗେଟ କରି ସେମାନଙ୍କ ଉପରେ ବର୍ଷିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭାରତ ସରକାର ଫ୍ରାନ୍ସ ସହ ରଫେଲ୍‌ ଜେଟ୍‌ର ଚୁକ୍ତି ସମୟରେ ଏହି ପ୍ରକଳ୍ପରେ ଭାଗୀଦାର ଭାବେ ଭାରତ ପକ୍ଷରୁ ରିଲାଏନ୍ସକୁ ରଖାଯାଉ ବୋଲି କୁହାଯାଇଥିବା ଅଭିଯୋଗ ଆସିଛି।

ଏପରିକି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ ଏକ ପତ୍ରିକାରେ ସାକ୍ଷାତ୍‌କାର ଦେଇ କହିଛନ୍ତି କି ‘ଭାରତ ପକ୍ଷରୁ ରିଲାଏନ୍ସ ନାମର ପ୍ରସ୍ତବ ଆସିଥିବାରୁ ହିଁ ଫ୍ରାନ୍ସ ନିର୍ମାଣକାରୀ କମ୍ପାନି ଏହାକୁୁ ଗ୍ରହଣ କରିଥିଲା।’

ସମ୍ବନ୍ଧିତ ଖବର