ରାଷ୍ଟ୍ରପତିଙ୍କ ହାତରୁ ପଦକ ଗ୍ରହଣ କରିବାକୁ ମନା କଲେ ଦଳିତ ଟପ୍ପର୍
ଲକ୍ଷ୍ନୌ: ବାବା ସାହେବ ଭୀମରାଓ ଅମ୍ବେଦକର ବିଶ୍ୱବିଦ୍ୟାଳୟରେ ଏମ୍ସିଏରେ ଟପ୍ପର୍ ହୋଇଥିବା ଜଣେ ଛାତ୍ର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଦଳିତଙ୍କ ପ୍ରତି ବଢୁଥିବା ଅତ୍ୟାଚାର ବିରୋଧରେ ପ୍ରତିବାଦ ଦର୍ଶାଇବାକୁ ଛାତ୍ର ଜଣକ ଏ ପରି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଡିସେମ୍ବର ୧୫ ତାରିଖ ଦିନ ‘ବିବିଏୟୁ’ର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। କିନ୍ତୁ, ବିଶ୍ୱବିଦ୍ୟାଳୟରେ ଏମ୍ସିଏ ପାଠ୍ୟକ୍ରମରେ ଟପ୍ପର୍ ହୋଇଥିବା ଛାତ୍ର ରମେନ୍ଦ୍ର ନରେଶ ରାଷ୍ଟ୍ରପତିଙ୍କ ଠାରୁ ପଦକ ଗ୍ରହଣ କରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛନ୍ତି।
ବୁଧବାର ଦିନ ଏକ ନିଉଜ୍ ଚାନେଲ୍ରେ ରମେନ୍ଦ୍ର କହିଛନ୍ତି ଯେ, ଦଳିତମାନଙ୍କ ବିରୋଧରେ ହେଉଥିବା ଅତ୍ୟାଚାରର ପ୍ରତିବାଦ ଏବଂ ଜାତିଭାଇଙ୍କ ପ୍ରତି ଐକ୍ୟ ପ୍ରଦର୍ଶନ ସ୍ୱରୂପ ମୁଁ ସ୍ୱର୍ଣ୍ଣ ପଦକ ଗ୍ରହଣ କରିବାକୁ ମନା କରୁଛି। ଦଳିତମାନଙ୍କ ପ୍ରତି ଅନ୍ୟ ସମ୍ପ୍ରଦାୟଙ୍କ ଭଳି ବ୍ୟବହାର କରାଯିବ ବୋଲି ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଲେ ଯାଇ ମୁଁ ପଦକ ଗ୍ରହଣ କରିବି।