୧୫ ନାବାଳିକାଙ୍କୁ ଯୌନ ନିର୍ଯାତନା

ଚେନ୍ନାଇ : ତାମିଲନାଡ଼ୁର ତିରୁଭନ୍ନମଲାଇ ଜିଲ୍ଲାର ଏକ ଆଶ୍ରୟସ୍ଥଳରେ ଯୌନ ନିର୍ଯାତନାର ଶିକାର ହୋଇଥିବା ୧୫ ଜଣ ନାବାଳିକାଙ୍କୁ ଆଜି ଉଦ୍ଧାର କରାଯାଇଛି। ଆଶ୍ରୟସ୍ଥଳର ମାଲିକ ନାବାଳିକାମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଇବାପରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ନିକଟରେ କିଛି ଅଧିକାରୀ ଆଶ୍ରୟସ୍ଥଳ ଯାଞ୍ଚ ପାଇଁ ଯାଇଥିବାବେଳେ ନାବାଳିକାମାନେ ଯୌନ ନିର୍ଯାତନାର ଶିକାର ହୋଇଥିବା ଜଣା ପଡ଼ିଥିଲା। ସେମାନେ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ବୋଲି ଲିଖିତ ଆକାରରେ ଜଣାଇଥିଲେ। ଏହାପରେ ନାବାଳିକାମାନଙ୍କୁ ଉଦ୍ଧାର କରାଯାଇ ଏକ ସରକାରୀ ଆଶ୍ରୟସ୍ଥଳରେ ରଖାଯାଇଛି।

ସମ୍ବନ୍ଧିତ ଖବର