ଉତ୍ତରପୂର୍ବ ଦିଲ୍ଲୀର ନର୍ଦ୍ଦମାରୁ ଉଦ୍ଧାର ହେଲା ଆଉ ଦୁଇଟି ଶବ, ଆହୁରି ଶବ ମିଳିପାରେ: ମୃତ୍ୟୁସଂଖ୍ୟା ୩୫ ଛୁଇଁଲା

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ଗଙ୍ଗାବିହାର ଅଞ୍ଚଳରୁ ଗୁରୁବାର ଦିନ ପୁଲିସ ନର୍ଦ୍ଦମାରୁ ଆଉ ଦୁଇଟି ଶବ ଉଦ୍ଧାର କରିଛି। ଗଙ୍ଗାବିହାର ଜୋହରିପୁର ଏକ୍‌ଷ୍ଟେନ୍‌ସନ୍‌ ଅଞ୍ଚଳରୁ ଏହି ଶବ ଦୁଇଟି ମିଳିଛି।

ନର୍ଦ୍ଦମାରୁ ଆହୁରି ଶବ ମିଳବା ସମ୍ଭାବନା ଥିବାରୁ ସେ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Image Source: India Today

ଗୁଇନ୍ଦା ବ୍ୟୁରୋରେ କାର୍ଯ୍ୟରତ ଜଣେ ଡ୍ରାଇଭର୍‌ଙ୍କ ଶବ ବୁଧବାର ଦିନ ଚାନ୍ଦ୍‌ବାଗ୍‌ ଅଞ୍ଚଳ ନର୍ଦ୍ଦମାରୁ ଉଦ୍ଧାର କରାଯାଇଥିଲା। ଶୁଣିବାକୁ ମିଳୁଛି ସେ ୨୬ ବର୍ଷିୟ ଡ୍ରାଇଭର୍‌ଙ୍କୁ ଘରୁ ଟାଣି ନେଇ ହତ୍ୟା କରାଯାଇଥିଲା।

ସଦ୍ୟତମ ରିପୋର୍ଟ ଅନୁସାରେ, ‘ସିଏଏ’କୁ କେନ୍ଦ୍ର କରି ଉତ୍ତରପୂର୍ବ ଦିଲ୍ଲୀରେ ସଂଗଠିତ ହିଂସାକାଣ୍ଡରେ ଏ ପର୍ଯ୍ୟନ୍ତ ୩୫ଜଣଙ୍କର ମୃତ୍ୟୁ ଘଟିଲାଣି। ରବିବାରରୁ ଆରମ୍ଭ ହୋଇ ମଙ୍ଗଳବାର ରାତିଯାଏଁ ଚାଲିଥିବା ଏହି ସଂଘର୍ଷରେ ୨୦୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର