କେତେ ସତ ୨୦୦୦ ଟଙ୍କା ବନ୍ଦ ହେବାର ଖବର, ଜାଣନ୍ତୁ !

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୩୧ ତାରିଖରୁ ୨୦୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବ ବୋଲି ଉଡା ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତେବେ ଏହି ଖବର ପଛରେ କେତେ ସତ୍ୟତା ରହିଛି ସେ ନେଇ ଆଜି ଲୋକସଭାରେ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଉତ୍ତର ରଖିଛନ୍ତି | ସେ କହିଛନ୍ତି ଯେ ୨ ହଜାର ଟଙ୍କିଆ ନୋଟ ବନ୍ଦ ହେବାର କୌଣସି ଯୋଜନା ନାହିଁ | ବର୍ତ୍ତମାନ ଯେଭଳି ବଜାରରେ ୨ ହଜାର ଟଙ୍କା ପ୍ରଚଳନ ଜାରି ରହିଛି ସେମିତି ଆଗକୁ ମଧ୍ୟ ଏହି ନୋଟ ଚାଲୁ ରହିବ |

Loksabha Tv

୨ ହଜାର ଟଙ୍କିଆ ନୋଟ ବନ୍ଦ କରିବା ନେଇ କୌଣସି ଆବଶ୍ୟକତା ନାହିଁ | କଳାଧନ ରୋକିବା ସହ ଡିଜିଟାଲ ପେମେଂଟକୁ ପ୍ରୋତ୍ସାହନ ଦେବା ପାଇଁ ନଭେମ୍ବର ୮, ୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରାକରଣ ବାବଦରେ ଘୋଷଣା କରିଥିଲେ | ଏଥିପାଇଁ ସେ ୨ହଜାର ଟଙ୍କିଆ ନୋଟ ମଧ୍ୟ ଜାରି କରିଥିଲେ |

ଏଠାରେ ସୂଚନା ଥାଉ କି ସୋସିଆଲ ମିଡିଆରେ ବୁଲୁଥିବା ଖବର ଅନୁସାରେ ୨ ହଜାର ଟଙ୍କିଆ ନୋଟ ବନ୍ଦ ହେବାକୁ ଯାଉଥିବାବେଳେ ପୁଣି ଥରେ ୧ ହଜାର ଟଙ୍କିଆ ନୋଟ ପ୍ରଚଳନ କରାଯିବ ବୋଲି ଗୁଜବ ପ୍ରସାରିତ ହୋଇଥିଲା | ଯାହାର କୌଣସି ସତ୍ୟତା ନଥିବା ଜଣାପଡିଛି |

ସମ୍ବନ୍ଧିତ ଖବର