୨୦୧୪ ନିର୍ବାଚନରେ ଇଭିଏମ ହ୍ୟାକ ହୋଇଥିଲା ? ଆମେରିକୀୟ ହ୍ୟାକରଙ୍କ ଦାବିକୁ ନିର୍ବାଚନ ଆୟୋଗର ଅସ୍ୱୀକାର, ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସଂକେତ

ନୂଆଦିଲ୍ଲୀ : ୨୦୧୪ ନିର୍ବାଚନରେ ଇଭିଏମ ହ୍ୟାକ ହୋଇଥିଲା ବୋଲି ଜଣେ ଆମେରିକୀୟ ହ୍ୟାକର ସୟଦ ସୁଜା କରିଥିବା ଦାବିକୁ ନେଇ ବିବାଦ ଦେଖାଦେଇଛି । ପୂର୍ବତନ ମନ୍ତ୍ରୀ ଗୋପୀନାଥ ମୁଣ୍ଡେ ଏ ସଂପର୍କରେ ଜାଣିଥିବାରୁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ରିଲାଏନ୍ସ ଜିଓ ସହାୟତାରେ ଏହି ହ୍ୟାକିଂ କରାଯାଇଥିଲା । ବିଜେପି, କଂଗ୍ରେସ ଓ ଆଉ କେତେକ ଦଳ ଏଥିରେ ସଂପୃକ୍ତ ଅଛନ୍ତି ବୋଲି ସେ ଦାବି କରିଛନ୍ତି ।
ତେବେ ତାଙ୍କ ଦାବିକୁ ଭାରତୀୟ ନିର୍ବାଚନ ଆୟୋଗ ଅସ୍ୱୀକାର କରିଛି । ଭାରତୀୟ ନିର୍ବାଚନରେ ବ୍ୟବହାର ହେଉଥିବା ଇଭିଏମଗୁଡ଼ିକୁ ହ୍ୟାକ କରିହେବ ନାହିଁ । କାରଣ ଏଗୁଡ଼ିକ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ମେସିନ ଓ ଏଗୁଡ଼ିକ ସହିତ କୌଣସି ଇଣ୍ଟରନେଟ ସଂଯୋଗ ହୋଇନଥାଏ ବୋଲି ଆୟୋଗ କହିଛି । ଏହି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆୟୋଗ କରିଛି ।
ଅନ୍ୟପକ୍ଷରେ ସଂପୃକ୍ତ ବ୍ୟକ୍ତିଙ୍କ ଦାବିକୁ ନେଇ ସଂଦେହ ସୃଷ୍ଟି ହୋଇଛି । କାରଣ ରିଲାଏନ୍ସ ଜିଓ ଏପରି କରିଥିବା ସେ ଅଭିଯୋଗ କରିଥିବାବେଳେ ୨୦୧୪ ପରେ ରିଲାଏନ୍ସ ଜିଓ ସେବା ଆରମ୍ଭ କରିଥିଲା । ସେହିପରି କଂଗ୍ରେସ ନେତା କପିଲ ସିବଲଙ୍କ ଉପସ୍ଥିତି ସଂଦେହକୁ ଆହୁରି ବଢାଇଦେଇଛି । ଏପରି କି ସେ କେବଳ କଥାରେ ହ୍ୟାକିଂ ବିଷୟ କହୁଥିଲେ ମଧ୍ୟ ପ୍ରକୃତରେ ଏପରି କରି ଦେଖାଇନାହାନ୍ତି ।

ସମ୍ବନ୍ଧିତ ଖବର