ମଧ୍ୟପ୍ରଦେଶ: ବରଯାତ୍ରୀ ବସ୍‌ ପୋଲରୁ ଖସି ୨୧ ଜଣଙ୍କ ମୃତ୍ୟୁ

ଭୋପାଳ: ମଙ୍ଗଳବାର ରାତି ୧୦ଟା ବେଳେ ବରଯାତ୍ରୀ ଧରି ଯାଉଥିବା ଏକ ବସ୍‌ ସିନ୍ଧ୍‌ ଜିଲ୍ଲା ଅନ୍ତର୍ଗତ ଆମେଲିଆ ଗାଁ’ ନିକଟରେ ଶୁଷ୍କ ସନ୍‌ ନଦୀର ବାଲୁକା ଶଯ୍ୟାକୁ ଖସି ପଡ଼ିବାରୁ ୨୧ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ବୋଲି ଖବର ମିଳିଛି।
ରାଜ୍ୟ ରାଜଧାନୀ ଭୋପାଳ ଠାରୁ ପ୍ରାୟ ସିନ୍ଧ୍‌ ୫୬୦ କିଲୋମିଟର ଦୂରରେ ଅବସ୍ଥିତ ଏବଂ ସିନ୍ଧ୍‌ ଜିଲ୍ଲା ମୁଖ୍ୟାଳୟ ଠାରୁ ଆମେଲିଆ ୬୫ କିଲୋମିଟର ଦୂରରେ ଅବସ୍ଥିତ।

ବସ୍‌ରେ ସମୁଦାୟ ୪୫ ଜଣ ଲୋକ ଯାତ୍ରା କରୁଥିଲେ। ବସ୍‌ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ଡିଭାଇଡର୍‌ ଭାଙ୍ଗିବା ପରେ ପୋଲରୁ ତଳକୁ ଖସି ପଡ଼ିଥିଲା। ବାହାଘର ଉପଲକ୍ଷେ ବସ୍‌ଟି ସିଂଗ୍ରାଉଲିରୁ ସିନ୍ଧ୍‌ ଯାଉଥିଲା।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତବ୍ୟକ୍ତିଙ୍କ ସମ୍ପର୍କୀୟମାନଙ୍କ ପାଇଁ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିବା ସହ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଦେବା ପାଇଁ ଘୋଷଣା କରିଛନ୍ତି।

ସିଙ୍ଗ୍ରୁଲି ଜିଲ୍ଲାର ଦେଓସାର୍‌ ତହସିଲ୍‌ ଅଧୀନ ହରବିର୍ଜି ଗାଁର ମୁଜ୍ଜାବ୍ଦିଲ୍‌ ଖାଁ ବିବାହ କରୁଥିଲେ। ବିବାହ ପଟୁଆର ସିନ୍ଧ୍‌ ଜିଲ୍ଲା ଅନ୍ତର୍ଗତ ସିହାଓ୍ଵାଲ୍‌ ତହସିଲ୍‌ ଅଧୀନ ପମରିଆ ଗାଁ’କୁ ଯାଉଥିଲା।

ଉଦ୍ଧାର ଗାଡ଼ି ସହାୟତାରେ ପୁଲିସ ଆହତମାନଙ୍କୁ ଜିଲ୍ଲା ହସ୍‌ପିଟାଲ୍‌କକୁ ପଠାଇଛି।

ସମ୍ବନ୍ଧିତ ଖବର