ଜମ୍ମୁ-କଶ୍ମୀରରେ ଆକ୍ରମଣ ପାଇଁ ପ୍ରସ୍ତୁତ ଅଛନ୍ତି ୨୭୩ ଆତଙ୍କବାଦୀ: ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଯିବାର ନିଷ୍ପତ୍ତି ଭାରତ ସରକାର ନେବା ପରେ ରାଗରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ଭାରତକୁ ହରାଇବା ପାଇଁ ବିଭିନ୍ନ ପ୍ରୟାସ ପାକିସ୍ତାନ କରି ସାରିଥିଲେ ମଧ୍ୟ ତା’ର ସମସ୍ତ ପ୍ରୟାସ ବିଫଳ ହୋଇଛି । ଧାରା ୩୭୦ ହଟିବା ପରେ ପରେ ପ୍ରଥମେ ଜମ୍ମୁ-କଶ୍ମୀର ଅଶାନ୍ତ ହୋଇ ପଡ଼ିଥିବା ବେଳେ ଏବେ ସେଠାକାର ସ୍ଥିତି ସ୍ୱାଭାବିକ ରହିଛି । ଯାହାକୁ ଦେଖି ସହି ପାରୁ ନାହିଁ ପାକିସ୍ତାନ । ସ୍ଥିତିକୁ ବଦଳାଇବା ପାଇଁ ପାକିସ୍ତାନ ଆକ୍ରମଣର ଯୋଜନା କରିବା ସହ ୨୭୩ଜଣ ଆତଙ୍କବାଦୀଙ୍କୁ ପ୍ରସ୍ତୁତ କରି ରଖିଥିବା କହିଛି ଗୁଇନ୍ଦା ବିଭାଗ । ଆଗାମୀ ଦିନରେ ଏହି ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣା ପଡ଼ିଛି ।

Image result for 273-terrorists-active-in-jammu-and-kashmir-plotting-to-launch-attacks-intelligence-agencies
Universal News Timeline

ଦକ୍ଷିଣ କଶ୍ମୀରରେ ୧୫୮ଜଣ ଆତଙ୍କବାଦୀ ସକ୍ରିୟ ରହିଥିବା ବେଳେ ଉତ୍ତର କଶ୍ମୀରରେ ୯୬ ଓ ମଧ୍ୟ କଶ୍ମୀରରେ ୧୯ଜଣ ଆତଙ୍କବାଦୀ ସକ୍ରିୟ ରହିଛନ୍ତି । ୨୭୩ଜଣଙ୍କ ମଧ୍ୟରୁ ୧୬୬ଜଣ ଆଞ୍ଚଳିକ ଏବଂ ୧୦୭ଜଣ ବିଦେଶୀ ଆତଙ୍କବାଦୀ ରହିଛନ୍ତି । ୧୧୨ଜଣ ଆତଙ୍କବାଦୀ ଲସ୍କର-ଇ-ତୋଏବାର ହୋଇଥିବା ବେଳେ ୧୦୦ଜଣ ହିଜ୍‌ବୁଲ ମୁଜାଇଦିନ୍‌, ୫୯ଜଣ ଜୈସ୍‌-ଇ-ମହମ୍ମଦ ଏବଂ ୩ଜଣ ଇସ୍‌ଲାମିକ୍‌ ଆତଙ୍କବାଦୀ ସମୁହ ଅଲ୍‌-ବଦର ସଂଗଠନର ବୋଲି ସୂଚନା ଦେଇଛି ଗୁଇନ୍ଦା ବିଭାଗ ।

ସମ୍ବନ୍ଧିତ ଖବର