୨୦୦୫ ଅଯୋଧ୍ୟା ଆତଙ୍କବାଦୀ ଆକ୍ରମଣ ମାମଲାରେ ୪ ଜଣଙ୍କୁ ଆଜୀବନ ଜେଲ, ଜଣେ ଖଲାସ

ପ୍ରୟାଗରାଜ : ଅଯୋଧ୍ୟାରେ ଗତ ୨୦୦୫ରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଆଜି ଆହ୍ଲାବାଦର ଏକ ସ୍ୱତନ୍ତ୍ର କୋର୍ଟ ୪ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ଜଣକୁ ଦୋଷମୁକ୍ତ କରିଛନ୍ତି । ଆଜୀବନ କାରାଦଣ୍ଡ ପାଇଥିବା ୪ ଜଣ ହେଲେ ଡ.ଇରଫାନ,ମହମ୍ମଦ ଶକୀଲ,ମହମ୍ମଦ ନସୀମ ଓ ଫାରୁକ ।

photo-tourism of india

ସେହିପରି ମହମ୍ମଦ ଅଜିଜ ନିର୍ଦ୍ଦୋଷରେ ଖଲାସ ହୋଇଛି । ରାମଜନ୍ମଭୂମି ନିକଟରେ ହୋଇଥିବା ଏହି ବୋମା ବିସ୍ଫୋରଣ ପାଇଁ ଷଡ଼ଯନ୍ତ୍ର କରିବା ଅପରାଧରେ ଏମାନଙ୍କୁ ସ୍ୱତନ୍ତ୍ର ଜଜ ଦିନେଶ ଚନ୍ଦ୍ର ଉପରୋକ୍ତ ଦଣ୍ଡ ଶୁଣାଇବା ସହ ୪୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି । ଏହି ମାମଲାରେ ମୋଟ ୬୩ ଜଣ ସାକ୍ଷୀ ଦେଇଥିଲେ ସେମାନଙ୍କ ମଧ୍ୟରେ ୧୫ ପୁଲିସ କର୍ମଚାରୀ ଥିଲେ । ସୁରକ୍ଷା କାରଣରୁ ପ୍ରୟାଗରାଜର ନୈନୀ ସ୍ୱତନ୍ତ୍ର ଜେଲରେ ଏକ ଅସ୍ଥାୟୀ କୋର୍ଟ ସ୍ଥାପନ କରାଯାଇଥିଲା । ଏହି ଅଭିଯୁକ୍ତମାନେ ୨୦୦୫ରେ ଅଯୋଧ୍ୟାରେ ଥିବା ରାମଜନ୍ମଭୂମି ପରିସରରେ ଗ୍ରେନେଡ ଫିଙ୍ଗି ଆକ୍ରମଣ କରିଥିଲେ ।

ସମ୍ବନ୍ଧିତ ଖବର