ଦେଶକୁ ସୁରକ୍ଷା ଦେବାକୁ ଯାଇ ଶତ୍ରୁ ବିରୋଧରେ ଯୁଦ୍ଧ ଲଢ଼ିଥିଲେ ଏହି ୩ ଯବାନ

ପ୍ରତିବର୍ଷ ସ୍ୱାଧୀନତା ଦିବସକୁ ଦେଶର ପ୍ରତିକୋଣ, ଅନୁକୋଣରେ ଖୁବ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ । ଜାତୀୟ ପତାକାକୁ ଉତ୍ତୋଳନ କରାଯିବା ସହ ଲୋକମାନେ ଦେଶାତ୍ମବୋଧ ଗୀତ ଗାଇଥାନ୍ତି । ଦେଶକୁ ସ୍ୱାଧୀନତା ଦେବା ପାଇଁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ବାଜି ଲଗାଇଥିବା ବେଳେ ଏହି ଦିନ ସେମାନଙ୍କ ତ୍ୟାଗକୁ ସମ୍ମାନ ଦେବା ସହ ସମସ୍ତେ ସେମାନଙ୍କୁ ସ୍ମରଣ କରିଥାଆନ୍ତି। ହେଲେ, ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଦେଶରେ ଜାତିବାଦକୁ ନେଇ ପ୍ରତି କୋଣରେ କଳହ ଲାଗି ରହିଛି । ଭାରତ-ପାକିସ୍ତାନ ମଧ୍ୟରେ ଏବେ ବି ଶାନ୍ତି ସ୍ଥାପନ ହୋଇ ପାରି ନାହିଁ । ଯାହା ପାଇଁ ଅନେକଙ୍କୁ ଜୀବନ ହାରିବାକୁ ପଡ଼ୁଛି । ଭାରତବାସୀଙ୍କୁ ସୁରକ୍ଷା ଦେବା ପାଇଁ ଭାରତ ସୀମାରେ ଜଗି ରହୁଥିବା ଯବାନମାନେ ନିଜ ଜୀବନକୁ ବାଜି ଲାଗାଇ ଦେଶକୁ ସୁରକ୍ଷା ଦେଇଥାନ୍ତି । ତେବେ ଆସନ୍ତୁ ଚଳିତ ବର୍ଷର ସ୍ୱାଧୀନତା ଦିବସ ଅବସରରେ ଆମେ ସେଭଳି କିଛି ଯବାନମାନଙ୍କ ବିଷୟରେ ଜାଣିବା ଯେଉଁମାନେ ମୃତ୍ୟୁକୁ ଖାତିର ନ କରି ଦେଶକୁ ବଞ୍ଚାଇଥିଲେ ଓ ଆମମାନଙ୍କୁ ସୁରକ୍ଷିତ ରଖିଥିଲେ।

୧. ସୁବେଦର ଯୋଗେନ୍ଦ୍ର ସିଂ ଯାଦବ: ମାତ୍ର ୧୯ବର୍ଷ ବୟସରେ ୧୯୯୯ରେ ହୋଇଥିବା କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ଲଢ଼ିଥିଲେ ସୁବେଦର ଯୋଗେନ୍ଦ୍ର ସିଂ ଯାଦବ । ଏହି ଯୁଦ୍ଧରେ ତାଙ୍କ ହାତ ଏବଂ ଗୋଡ଼ରେ ୧୨ଟି ଗୁଳି ବାଜିଥିଲା । ପାକିସ୍ତାନର ଯବାନମାନେ ତାଙ୍କ ଛାତିକୁ ଗୁଳି ମାରିବାକୁ ବାହାରିବା ବେଳେ ମରିବାର ନାଟକ କରିଥିଲେ ସୁବେଦର ଯୋଗେନ୍ଦ୍ର ସିଂ ଯାଦବ । ଯାହା ପରେ ସେମାନେ ତାଙ୍କୁ ମୃତ ବୋଲି ଭାବି ସେଠାରେ ଛାଡ଼ି ଚାଲି ଯାଇଥିଲେ। ପରେ ତାଙ୍କୁ ହସ୍ପିଟାଲ ନିଆ ଯାଇ ତାଙ୍କର ଚିକିତ୍ସା କରାଯାଇଥିଲା । ଶତ୍ରୁକୁ ବୋକା ବନାଇଥିବାରୁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥିଲା ।

indiatimes.com

୨. ଦିଗେନ୍ଦ୍ର ସିଂ ସିକର: କାର୍ଗିଲ ଯୁଦ୍ଧରେ ୪୮ପାକିସ୍ତାନୀଙ୍କୁ ହତ୍ୟା କରିଥଲେ ଦିଗେନ୍ଦ୍ର । ଏବେ ଆର୍ମିରୁ ଅବସର ନେଇ ସାରିଥିଲେ ମଧ୍ୟ ଏବେ ବି ଯୁଦ୍ଧ କରିବାର ସାହାସ ଏବଂ ମନୋବଳ ତାଙ୍କ ମଧ୍ୟରେ ରହିଛି । ଯଦି ଆଗକୁ କାର୍ଗିିଲ ଭଳି ଯୁଦ୍ଧ ହୁଏ ତେବେ ସେ ବାଟାଲିୟନ ଯାଇ ଲଢ଼ିବା ପାଇଁ ଅନୁମତି ମାଗିବେ ବୋଲି କହଛନ୍ତି । ଯଦି ଏହା ସମ୍ଭବ ନ ହୁଏ ତେବେ ସେ ଆହତ ଯବାନଙ୍କୁ ଆଣି ଚିକିତ୍ସା କରାଇବେ ବୋଲି କହିଛନ୍ତି ।

indiatimes.com

୩. ଗୁନେର ଅସ୍‌ତୋଷ କୁମାର : ନିଜ ବାପାଙ୍କ ପଥ ଅନୁସରଣ କରି ଦେଶ ପାଇଁ ଲଢ଼ିବାକୁ ଆର୍ମିରେ ଯୋଗ ଦେଇଥିଲେ ଗୁନେର । ତାଙ୍କ ବାପା ହାବିଲଦାର ଲାଲ୍‌ ସାହେବ ୧୯୯୯ରେ ହୋଇଥିବା କାର୍ଗିଲ ଯୁଦ୍ଧରେ ପ୍ରାଣ ହରାଇଥିବା ବେଳେ ସେ ତାଙ୍କ ବାପାଙ୍କଠାରୁ ଅନୁପ୍ରାଣିତ ହୋଇ ଆର୍ମିରେ ଯୋଗ ଦେଇଥିଲେ । କିନ୍ତୁ ଜମ୍ମୁ-କଶ୍ମୀରରେ ପାକିସ୍ତାନ ବିରୋଧରେ ଯୁଦ୍ଧ ଲଢ଼ୁଥିବା ବେଳେ ସେ ମଧ୍ୟ ଦେଶ ପାଇଁ ସହିଦ୍‌ ହୋଇ ଯାଇଥିଲେ ।

indiatimes.com
ସମ୍ବନ୍ଧିତ ଖବର