ଆଧାରର ସାମ୍ବିଧାନିକ ବୈଧତାକୁ କାଏମ୍ ରଖିଲେ ସୁପ୍ରିମ୍ କୋର୍ଟ, ଜାରି କଲେ ସର୍ତ୍ତ

ଘରୋଇ ସଂସ୍ଥା ବ୍ୟବହାର କରିପାରିବେ ନାହିଁ ଆଧାର ତଥ୍ୟ

ନୂଆଦିଲ୍ଲୀ: ଆଧାରକୁ ସୁପ୍ରିମ କୋର୍ଟ ସାମ୍ବିଧାନିକଭାବେ ବୈଧ ବୋଲି ଘୋଷଣା କରିଛନ୍ତି। ମାତ୍ର ମୋବାଇଲ ଫୋନ ସହିତ ଆଧାର ଲିଙ୍କ୍‌କୁ ସୁପ୍ରିମ କୋର୍ଟ ଅଣସାମ୍ବିଧାନକ ବୋଲି କହିଛନ୍ତି। ସେହିପରି ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ଅନାବଶ୍ୟକ ନାହିଁ ବୋଲିି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି l ତେବେ ଆୟକର ଦାଖଲ ଲାଗି ପାନ୍‌ କାର୍ଡ ସହ ଆଧାର ସଂଯୋଗ ଜରୁରି ବୋଲି ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି।

ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ  ୫ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ବେଞ୍ଚ ଆଧାର ଆକ୍ଟ ଓ ଏ ନେଇ କେନ୍ଦ୍ର ସରକାରଙ୍କ ଦଲିଲ ଉପରେ ଆସିଥିବା ୩୦ଟି ପିଟିସନ ଉପରେ ଦୀର୍ଘ ୪ ମାସ କାଳ ଶୁଣାଣି କରିବା ପରେ ୪-୧ ସଂଖ୍ୟାଗରିଷ୍ଠତା ଆଧାରରେ କହିଛନ୍ତି ଯେ ଆଧାର ସାମ୍ବିଧାନକ ଦୃଷ୍ଟିକୋଣରୁ ବୈଧ। ତେବେ ସ୍କୁଲ କଲେଜ ନାମଲେଖା ପାଇଁ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି। ଏଥିସହ ଅାଧାରରେ ନାଗରିକଙ୍କର ବ୍ୟକ୍ତିଗତ ତଥ୍ୟ ରହୁଥିବାରୁ ଏହାକୁ ସୁରକ୍ଷିତ ରଖିବା ଲାଗି ପଦକ୍ଷେପ ନିଅାଯିବା ଜରୁରୀ ବୋଲି ମତ .ପୋଷଣ କରିଛନ୍ତି ସର୍ବୋଚ୍ଚ ଅଦାଲତ।


ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟରେ ଆଧାର ସମ୍ପର୍କିତ ଦାୟର ହୋଇଥିବା ପିଟିସନର ମୁଖ୍ୟ ଅଭିଯୋଗ ଥିଲା ଯେ ଏହା ଦ୍ୱାରା ନାଗରିକର ବ୍ୟକ୍ତିଗତ ଗୋପନୀୟତା କ୍ଷୁର୍ଣ୍ଣ ହେଉଛି। କାରଣ ଫିଙ୍ଗର ପ୍ରିଣ୍ଟ ସହିତ ଅନ୍ୟ କେତେକ ତଥ୍ୟ ବ୍ୟକ୍ତି ଅଜାଣତରେ ଅନ୍ୟମାନଙ୍କ ପାଖକୁ ଚାଲିିଯାଇଥାଏ।

ସୂଚନାଯୋଗ୍ୟ, ସରକାର ଆଧାରର ୧୨ ସଂଖ୍ୟା ବିଶିଷ୍ଟ ଏକକ ନମ୍ବର ବ୍ୟାଙ୍କ ଆକାଉଣ୍ଟ, ଆୟକର ରିଟର୍ଣ୍ଣ ସହିତ ଲିଙ୍କ କରିବା ଦ୍ୱାରା ବିଭିନ୍ନ ସାମାଜିକ କଲ୍ୟାଣକାରୀ ଯୋଜନାରେ ହିତାଧିକାର ଚୟନ ଓ ଆର୍ଥିକ ଅନିୟମିତାକୁ ଦୂର କରାଯାଇ ପାରିବ ବୋଲି ଯୁକ୍ତି ବାଢ଼ିଥିଲେ। ମାତ୍ର ଗତ ୨୦୧୭ ମସିହା ଅଗଷ୍ଟ ମାସରେ ସୁପ୍ରିମ କୋର୍ଟ ବ୍ୟକ୍ତିଗତ ଗୋପନୀୟତା ନାଗରିକର ମୌଳିକ ଅଧିକାର ବୋଲି ରାୟ ଦେଇଥିବା ପରିପ୍ରେକ୍ଷୀରେ ଆଧାର ଦ୍ୱାରା ବ୍ୟକ୍ତିଗତ ଗୋପନୀୟତା କ୍ଷୁର୍ଣ୍ଣ ହେଉଥିବା ଓ ନାଗରିକଙ୍କ ଉପରେ ସରକାର ଗୁଇନ୍ଦାଗିରି କରୁଥିବା ଅଭିଯୋଗ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସେହିପରି ଗତ ମାର୍ଚ୍ଚ ମାସରେ ଆଧାର ତଥ୍ୟର ଅପବ୍ୟବହାର ନେଇ ସୁପ୍ରିମ କୋର୍ଟ ଉଦ୍‌ବେଗ ପ୍ରକାଶ କରିଥିଲେ। ତେଣୁ ଆଧାର ଆକ୍ଟର ବୈଧତାନେଇ ସୁପ୍ରିମ୍‌କୋର୍ଟରେ ୩୦ଟି ମାମଲା ଦାୟର ହୋଇଥିଲା। ଏହି ମାମଲାର ବିଚାର କରି ଆଜି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଏଏମ ଖନଓ୍ଵିଲକର, ଜଷ୍ଟିସ ଏ କେ ସିକ୍ରି ଆଧାର କାର୍ଡ ସାମ୍ବିଧାନିକ ଭାବେ ବୈଧ ବୋଲି ଘୋଷଣା କରିଥିିବା ବେଳେ ଜଷ୍ଟିସ ଡିଓ୍ଵାଇ ଚନ୍ଦ୍ରଚୂଡ଼ ଏହା ବିରୋଧରେ ମତ ଦେଇଥିଲେ। ତେବେ ସୁପ୍ରିମ୍‌ କୋର୍ଟ ୪-୧ ସଂଖ୍ୟା ଗରିଷ୍ଠତାରେ ଆଧାରର ବୈଧତାକୁ ମାନ୍ୟତା ଦେବା ସହିତ ସରକାର ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟର ସଫଳ କାର୍ଯ୍ୟାନ୍ଵୟନ ପାଇଁ ଆଧାରର ଠିକ୍‌ ଊପଯୋଗ ଉପରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସହିପରି ଆଧାର ଆକ୍ଟର ଧାର ୫୭କୁ ଉଚ୍ଛେଦ କରି ସୁପ୍ରିମ କୋର୍ଟ କହିଛନ୍ତି ଯେ ଘରୋଇ ସଂସ୍ଥାଗୁଡ଼ିକ ଆଧାର ତଥ୍ୟର ଫାଇଦା ନେଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର